STORYMIRROR

Manorama Mohanty

Fantasy Thriller

3  

Manorama Mohanty

Fantasy Thriller

ଦେହ

ଦେହ

1 min
11.7K

ଅବଶେଷ ମୋର  ମୁଠାଏ ପାଉଁଶ

    ତଥାପି ଦେଖମୋ କରାମତି,

କାହାକୁ ଚଢା଼ଏ   ଘୋଡା଼ ପିଠିପରେ

    କାହାଶିରେ ବାନ୍ଧେ ପାଟଛତି।

    କାହାକୁ ବୁଲାଏ ଶୁଣ୍ଢିପିଣ୍ଡା,

କାହା ପାପୁଲିରେ  ବନ୍ଧୁକ ଧରାଏ

    କାହା ହାତେ ପୁଣି ଛୁରୀ ଖଣ୍ଡା ।।


କାହାକୁ ଦେଖାଏଁ   ଅଳକାପୁରୀର

    ଶୋଭାଶିରୀ ଯେତେ ସପନରେ,

କାହାକୁ ବୁଲାଏଁ   ମନୀଷାର ମଧୁ-

    ମନ୍ଦାକିନୀର ଧାରେଧାରେ।

    କାହାକୁ ସଜାଏ ଦେଶଦ୍ରୋହୀ,

ସବୁଜ ଶାଳାର   ପୂଜକ କିଏସେ

    ଚଳାଏ ସଭିଁଙ୍କୁ ଅନ୍ନଦେଇ ।।


କାହାକୁ ସଜାଏ   ସୃଷ୍ଟିଛଡା଼ ସେ

    ପାଗଳ ପରାଏ ଘୁରିବୁଲେ,

ଭଗବାନ ବୋଲି  ଚିତ୍କାରେ କିଏ

    ଆନକୁ ଛନ୍ଦାଇ ମାୟାଜାଲେ।

    କଠୋରତା କାରେ ଦିଏ ଭରି,

ଶାନ୍ତ କୋମଳ  ସଜାଏ କାହାକୁ

    ବାସ୍ତବପଥ ଅନୁସରି ।।


କାହାକୁ ଭ୍ରମାଁଏ  କଳ୍ପନାପୁରେ

    କଳ୍ପିତତାର ଚାରୁ ଛବି,

ସୃଷ୍ଟିର ବୁକେ  ସ୍ବର୍ଣ୍ଣିମ ଗାର

    ଆଙ୍କିଦିଏ ସେ ଅନୂଭବୀ ।

   ପ୍ରୀତିର ପାଖୁଡା଼ ଯାଏଖୋଲି,

ମରମର ତଳୁ  କହିଦିଏ କିଏ

   ଜୀବନଟା ନୁହେଁ ମରୁବାଲି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy