STORYMIRROR

ଅନିଲ କୁମାର ଲେଙ୍କା

Inspirational

4  

ଅନିଲ କୁମାର ଲେଙ୍କା

Inspirational

## ଦେହ ##

## ଦେହ ##

1 min
290

   

ଦେହର ବିଚିତ୍ର କାରୁକାର୍ଯ୍ୟ ପରା

    ନିଃଶ୍ୱାସ ମାନଙ୍କ ଖେଳ

ରକ୍ତ ସାନ୍ଧ୍ରତାରେ ଗଢା ମୁଖଶାଳା 

  ନିଆରା ଦେହ ଦେଉଳ ।।

ସ୍ଥାପତ୍ୟର ସିଏ ନିର୍ମାଣର ଶୈଳୀ

     ସ୍ଥପତି ମାୟାରେ ବାୟା

ଅସ୍ଥି ମଜ୍ଜା ସ୍ନାୟୁ ଅଦ୍ଭୁତ ମିଳନେ

    ବର୍ଦ୍ଧିତ ତାହାର କାୟା ।।

କିଛିଟା ହାଡରେ ଖଞ୍ଜି ଦେଇଥିବା

   ମାଂସର କୋଣାର୍କ ସିଏ

ରକ୍ତ ଅନୁରାଗେ ଅଙ୍ଗ ପ୍ରତିବଦ୍ଧେ

     ଉତ୍କର୍ଷତା ଲଭି ଥାଏ ।।

ହୃତପିଣ୍ଡେ ତାର ପ୍ରେମର ସ୍ପନ୍ଦନ

    ପ୍ରାଣରେ ଅସୀମ ବଳ

ଆଦିମତା ପରେ ଆଧୁନିକତାରେ

   ପ୍ରଲେପ ଲାଗୁଛି ଛଳ ।।

କଙ୍କାଳ ବି କଥା କହିଦିଏ ଧୀରେ

    ବ୍ୟଥା ସହି ଅନ୍ତରରେ

ପ୍ରେମ ପାରାବାରେ ବୁଡଟା ପକାଏ

  ଦେହକୁ ସଜେଇ ବାରେ ।।

ମିଛ ମାୟା ଏହି ସଂସାର ହାଟରେ

   ଅଙ୍ଗୀକାର ଲଭୁ ଦେହ

ଅଶ୍ମିତାର ସହ ଦେହ ଭଗ୍ନାଂଶରେ

    ତୁଟି ଯାଉ ସବୁ କୋହ ।।

ଆଜି ସେ କୁଶଳୀ କାରିଗର ପାଖେ

      ନିଃଶ୍ୱାସର ଏ ଦୁର୍ଗକୁ

ବାକି ଶେଷ ଦୃଶ୍ୟ ଆରମ୍ଭ ଲଗନେ

     ସମର୍ପି ଦେବା ଦେହକୁ ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational