STORYMIRROR

Yudhisthira Lenka

Inspirational

2  

Yudhisthira Lenka

Inspirational

ଦେହ ମନ୍ଦିର

ଦେହ ମନ୍ଦିର

1 min
402

ଅନିତ୍ୟ ଅଟଇ ଏହି

       ମନୁଷ୍ୟ ଶରୀର

ମଳ ମୂତ୍ର ମାଂସ ଚର୍ମେ

       ଗଢା କଳେବର ।।୧।।


କଫ ବାତ ପିତ୍ତ ବ୍ୟାଧି

        ନେଇଣ ଆବର

ଛେପ ନାଳ ଝାଳ କୃମି

         ଦୁର୍ଗନ୍ଧ ରୁଧିର ।।୨।।


ପୁରିଅଛି ଦେହ ମଧ୍ୟେ

         ତେଣୁ ଏ ନଶ୍ୱର

ପାପ ରୂପେ ରହିଅଛି

         ଏ ମର ଶରୀର ।।୩।।


ତଥାପି ଏ ଦେହ ଅଟେ

         ଜଗତରେ ସାର

ସର୍ବ ଦେବତାଙ୍କ ଯେଣୁ

         ଏ ଭୋଗ ମନ୍ଦିର ।।୪।।


ଜୀବ ପରମ ଶରୀରେ

          କରନ୍ତି ବିହାର

ରାସଲୀଳା ଉଭୟଙ୍କ

         ଅତୀବ ସୁନ୍ଦର ।।୫।।


ଜୀବରହି ସୁଖଦୁଃଖ

       ଏ ଦେହରେ ଭୋଗେ

ପରମ ସର୍ବଦା ରହି

        ଥାଏ ଧ୍ୟାନଯୋଗେ ।।୬।।


ଜୀବସତ୍ତା ହରାଇଲେ

        ଜୀବ ହୁଏ ବ୍ରହ୍ମ

ଜୀବ ବ୍ରହ୍ମ ଏକତ୍ଵରେ

        ତୁଟେ ମାୟାଭ୍ରମ ।।୭।।


ସବୁଠାରୁ ଶକ୍ତିଶାଳୀ

        ଅସ୍ତ୍ର ଗୁରୁଭକ୍ତି

ଜୀବଭାବ ଧ୍ୱଂସହୁଏ

        ପାଇଲେ ସେ ଶକ୍ତି ।।୮।।


ଷଡରିପୁ ଷଡଚକ୍ରେ

       ଛନ୍ଦଦେହେ ଜାଣ

ଛନ୍ଦ ଫିଟାଇ ଦେହୁ

      କର ଯୋଗ ସାଧନ ।।୯।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational