STORYMIRROR

Akshayakumar Dash

Inspirational Others

3  

Akshayakumar Dash

Inspirational Others

ଦେବତା

ଦେବତା

1 min
167

ବାପଥିଲେ ,ମନ୍ଦିର ଠାକୁର

ପୁଜିନାହିଁ ଆଣ୍ଠୁଆ ଗୋପାଳ

ମାନିନାହିଁ ବାଛ ବିଚାର

ଯେତେ ଝଡ଼ ବର୍ଷା ଜାଡ

ହେସ ଉପରେ କନ୍ଥା ବିଛେଇ

ଜାକିଜୁକି ହିଡ଼କୁ ଜାବୁଡି ଥାଏ ବାଡ଼ ।

କୁକୁଡ଼ା ଡାକିଲେ

ଫିରିଙ୍ଗି ଅମଳର ସାଇକେଲ ଧରି

ଦଶକୋଷ ବାଟ ବାହି

ସମ୍ଭାଳନ୍ତି ଦପ୍ତର ତ ସନ୍ଧ୍ୟାକୁ

ଫେରିଆଶାନ୍ତି ଘର 

ଗୋଟିଏ କଂସାରେ ନିର୍ଭର

ଏ ସାରା ପରିବାର ।

ତାଙ୍କ ହିସାବ ଖାତାରେ

ଆମେ ଭାଇମାନେ

ମୂଷା ପରି ବୋହିନେଉ ଧାନ

ସିନ୍ଦୁକ ର ଚାବି ଦେଇ ବି ଶୂନ୍ୟ।

ଗାନ୍ଧୀଙ୍କ ଅରଟ

କି ମଧୁମଖି ଚାଷ

ରାତ୍ରିର ଅନ୍ଧାର ଚିରି

ଡିବି ଆଲୁଅରେ

ଆକଂନ୍ତି କବିତା

ନଡିଆ ବାହୁଙ୍ଗା ଚିରି

ରଖନ୍ତି ଜାଳେଣି ପୁଣି

ସଜାଡନ୍ତି ଭାଡ଼ି

ପୋତି ଦେଇ ମଞ୍ଜି

ଆସନ୍ତା ରବିକୁ ଦେଖି

ଭୁଲିଯସନ୍ତି ଭୋକ ଶୋଷ

ବାପା ଥିଲେ ହନୁମାନ ମୁଦ୍ରା

ଆଶା ଅସୁମାରୀ

ଆଜି ନିଜେ ବାପହେଲା ପରେ

ଭିତରଟା ବଂଚିଥାଏ ଡରି ଡରି

କାଳେ ବିପଦ ଆସିବ ମାଡି

ସଂସାର ଭିତରେ ପଥର ପଡିଲେ

ସହିବାକୁ ହେବ ସବୁ ବାପାଙ୍କର ବୋଲି ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational