Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Classics

3  

Prasanna Kumar Madala

Classics

ଦେବସ୍ନାନ

ଦେବସ୍ନାନ

1 min
76


କାଇଁଚ ମାଳିଆ      ବଳିଆ କାଳିଆ

      ହାଲିଆ କି ଶ୍ରମଝାଳେ

ଧେନୁଙ୍କ ମେଳିଆ    ଗୋପ ଗୁଆଳିଆ

     ବିଞ୍ଚିଲେଣି ଜାମୁ ଡାଳେ ।


ବିଛା ରାଶି ଖରା      ବିଛୁଆତି ପରା

       ଦହୁଛି ତନୁ ତୁମ୍ଭର

ଆଗକୁ ଯାତରା    ନବରଙ୍ଗେ ତୋରା

      ସୁବେଶ ହେବ ଏଥର ।


ଶ୍ରୀମନ୍ଦିରେ ଥାଇ    ଘେନି ଭଗ୍ନୀଭାଇ

      ବିରାଜି ରତ୍ନ ଆସନେ

ପ୍ରୀତି ଭାବ ନେଇ     ରହିଛ ଅନେଇ

      ଆକୁଳ ଭକତ ଜନେ ।


ବୃଶ୍ଚିକ ରାଶିର     ଜ୍ୟେଷ୍ଠା ନକ୍ଷତ୍ରର

      ପୂର୍ଣ୍ଣିମାରେ ଆବିର୍ଭାବ

ଶରଣ ପଞ୍ଜର      ଭୁଜେ କି କୁଞ୍ଜର

      କୃପାବାରି ଢାଳିଦେବ ।


ପତିତଙ୍କ ମେଳେ  ଦୁଃଖହାରୀ ହେଳେ

      ହାଲିଆ କି ଆଜ ତୁମେ

ଶହେ ଆଠ ଢାଳେ   ଅବଗାହି ଜଳେ

      ବସିବ ମଣ୍ଡପ ଭୂମେ ।


ଝୁମୁରୁ ଝୁମୁରୁ       ନଚାଇ କଟିରୁ

      ଖସାଇ ଘାଗୁଡି ମାଳ

ପରଂବ୍ରହ୍ମ ଦାରୁ    ତୁମ୍ଭେ ମହାମେରୁ

     ଭକତ ଭାବରେ ଭୋଳ ।


ପୀଠେ ହେବ ଉଭା  କୋଟିକାମ ପ୍ରଭା

      ନଥିବ ତ ଆଭୂଷଣ

ଦେଖି ହେବ କିବା  ଅପୂର୍ବ ସେ ଶୋଭା

     ଘେରା ଥିବ ଆବରଣ !


ହେ ବାଙ୍କବିହାରୀ    ଲୋତକର ବାରି

     ଦେଇଛ ତ ଜାଣି ଏତେ

କେତେ ଆଶା ଧରି   ଆସି ଅଛି ପୁରୀ

      ରଖିବ କି ପାଦଗତେ ?


Rate this content
Log in

Similar oriya poem from Classics