STORYMIRROR

Chinmayee Sahoo

Romance

3  

Chinmayee Sahoo

Romance

ଦେବନି ଦୂରେଇ

ଦେବନି ଦୂରେଇ

1 min
433

ତୁମେ ତ ସାଗର ମୁଁ ଯେ ଅଳସୀ ନଈ,

ମିଶିବି ତୁମଠି ଯାଇ।

ତୁମେ ଚନ୍ଦ୍ରମା ,ମୁଁ ଯେ ଜୋଛନା ତା'ର,

ଶୀତଳ କିରଣେ ଝରୁ ଥାଇ।

ତୁମେ ପାଗଳ ଭ୍ରମର ଗୁଣୁଗୁଣୁ ଗାଇ,

ମୁଁ ପଙ୍କଜ ତୁମ ସ୍ପର୍ଶ ପାଇଁ।

ତୁମେ ସୁରୁଜ ମୁଁ ତ ତୁମରି କିରଣ,

ନବପ୍ରଭାତର ଆଶା ନେଇ।

ତୁମେ ଫୁଲ ମୁଁ ରଙ୍ଗିନ ପ୍ରଜାପତି ହୋଇ,

ପ୍ରେ-ମ ମଧୁ ତୃଷ୍ଣା ମନେ ନେଇ।

ତୁମେ ତ ମେଘମହ୍ଲାର, ମୁଁ ବନ ମୟୁରୀ,

ନାଚି ବି ମୁଁ ଭିଜି ଥେଇ ଥେଇ।

ତମେ ମୋ କାମନା,ତୁମ ବିନା ଆନ ନାହିଁ,

ତୁମେ ମୋତେ ଦେବନି ଦୂରେଇ।

ତୁମେ ପ୍ରେମେ ଜଳୁଛି ମୁଁ, ଲିଭୁଛି ସାଥୀରେ,

ତୁମ ର ପରଶ ପାଇ ପାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance