ଦେବୀ
ଦେବୀ
ଆଜିଠାରୁ, ଏଇ ମୁହୂର୍ତ୍ତରୁ
ଉଠ୍, ଚାଲ୍, ଠିଆ ହ ।
ଦେଖ ଆଖି ଖୋଲି
ଦେଖ ତୋ ହାତ,ପାଦ,ତେଜ
ଦେଖ ଥରେ ତୋ ସତ୍ତାକୁ,
ବାସ୍ତବତାକୁ ଦେଖ
ଏଇ'ତ ଏବେ ବି ତୁ ଝଟକୁଛୁ
ସେଇ ଦେଦୀପ୍ୟମାନ ଅମୃତ ଆଭାରେ ।
ଏଇ'ତ ଏବେ ବି ଝଲସୁଛି ସେଇ
ଲାଲିମା ରକ୍ତିମ କରି ତୋ କପାଳ ।
କିଏ କହୁଛି? କିଏ କହୁଛି ବିସର୍ଜନ ସରିଛି?
ଆତ୍ମାର ଶକ୍ତି ସବୁକୁ
ଏଇ ମୁହୂର୍ତ୍ତରେ ମୁଠା କର ।
ତୁ ଶାମ୍ଭଭି, ତୁ ଶାକ୍ୟମ୍ବରୀ ,
ପ୍ରତିଦିନ ଦଶହରା ତୋର ।
ସମ୍ବବ ଚେତେଇ ଦେବାକୁ
ବଦଳେଇଦେବାକୁ ସବୁ ସମ୍ଭାବନା ।
ଲୋଭ, ମୋହ, କ୍ରୋଧର ଲେଲିହାନ ଶିଖାକୁ
ଖପୁରୀରେ ଗୋଟେଇ ନେ ଦୟାରେ ଆର୍ଦ୍ର କରି ।
ପାଲଟେଇ ଦେ ତୋ 'ତୁଚ୍ଛ ନାରୀ'ର ମୋହରକୁ
ଦେବୀତ୍ୱରେ ।
ତେବେ ଦେଖିବୁ ତୋତେ ତୁଚ୍ଛ କହିଥିବା ସଭିଏଁ
ଆଞ୍ଜୁଳି ପାତିଥିବେ ତୋ 'ଠେଇ ମାଗିବାକୁ 'ମୋକ୍ଷ '
ମା' ମା' ଡାକି ଗୋଟିଏ ଧାଡିରେ।
ଦମ୍ଭଭରା ନୟନେ ଥରେ ଚାହିଁକି ତ ଦେଖ,
ଛାର ମହିଷାର କେତେ ବା ଆର୍ସ୍ପଦ୍ଧା !
ସେ ତ ଚିରକାଳ ତୋ ପାଦ ତଳେ ।।