STORYMIRROR

Kabiratna Nutan Kumar Behera

Drama Classics Inspirational

3  

Kabiratna Nutan Kumar Behera

Drama Classics Inspirational

ଦେବୀ ଆରାଧନାରେ ନବରାତ୍ର

ଦେବୀ ଆରାଧନାରେ ନବରାତ୍ର

1 min
229


ଈଶ୍ବରଙ୍କ ସୃଷ୍ଟି        ଏ ବିଶ୍ଵ ବ୍ରହ୍ମାଣ୍ଡ

      ମାନବ ଅଟେ ଅସ୍ଥାୟୀ,

କର୍ମର ସାଧନ       କରି ଅର୍ଜେ ପୁଣ୍ୟ

      ସୁଖ ଶାନ୍ତି ଥାଏ ଧ୍ୟାୟୀ।


ସମାଜେ ସଂସ୍କୃତି      ପରମ୍ପରା ନେଇ

      କରେ ଜୀବନ ଯାପନ,

ମନେ ରଖି ଭକ୍ତି      ପବିତ୍ର ହୃଦୟେ

      ରଖିଥାଏ ସଦା ଧ୍ୟାନ।


ଦେବା ଦେବୀଙ୍କର     ପୂଜା ଆରାଧନା 

      କରି ଲଭେ ସୁଖ ଶାନ୍ତି,

ତାଙ୍କର ଆଶିଷ       ବିପଦୁଁ ଉଦ୍ଧାରେ

      ଭୁଲି ଯାଏ ମନୁ କ୍ଳାନ୍ତି।


ଆଦିଶକ୍ତି ମାତା     ଦୁର୍ଗାଦେବୀ ସ୍ଵୟଂ

      ଜଗତେ କରୁଣାମୟୀ,

କୃପା ଦାନେ ତାଙ୍କ      ଅସାଧ୍ୟ ସାଧନ

      କରିଥାନ୍ତି ଦୟାମୟୀ।


ତାତ୍ତ୍ଵିକ ଭାବରେ     ଭିନ୍ନ ଭିନ୍ନ କାଳେ

      ଚାରି ଗୋଟି ନବରାତ୍ରୀ,

ବିଧି ବିଧାନରେ      କରୁ ଯେ ପାଳନ

      ଭକ୍ତି ଭାବେ ହୋଇ ବ୍ରତି।


ପୌଷ ମାଘ         ବସନ୍ତ ଶରତେ

       ପଡ଼େ ଏଇ ନବରାତ୍ର,

ଶୁକ୍ଳ ପ୍ରତିପଦ         ତିଥିରୁ ନବମୀ

       ପାଳିତ ହୁଏ ସର୍ବତ୍ର।


ପୌଷ ନବରାତ୍ର       ହୁଏ ଅଷ୍ଟମୀରୁ

      ପୂର୍ଣ୍ଣିମା ଯାଏ ପାଳନ,

ନ' ଦିନ ବଦଳେ      ଆଠ ଦିନ ମାତ୍ର   

      ହୋଇଥାଏ ଅନୁଷ୍ଠାନ।


ଚାରୋଟି ମଧ୍ୟରେ      ଆଶ୍ବିନ ପ୍ରଧାନ

      ଶାରଦୀୟ ନବରାତ୍ର,

ଦେବୀ ମାତା ଦୁର୍ଗା    ପୂଜା ଉପାସନା    

      ମନକୁ ରଖେ ପବିତ୍ର।


ପ୍ରତିପଦଠାରୁ       ନବମୀ ପର୍ଯ୍ୟନ୍ତ

      ମାତାଙ୍କର ହୁଏ ପୂଜା,

ଭକ୍ତି ଚିତ୍ତେ ସ୍ତୁତି      ମନ୍ତ୍ରେ ଆବାହନ

      କରି ପୂଜୁ ଦଶଭୁଜା।


ଆଦ୍ୟ ଆଦିଶକ୍ତି   ' ଶୈଳପୁତ୍ରୀ 'ରୂପେ

      କରିଥାଉ ଆରାଧନା,

ଦ୍ବିତୀୟରୁ କ୍ରମେ     ଭିନ୍ନ ଭିନ୍ନ ନାମେ

       ପାଆନ୍ତି ପୂଜା ଅର୍ଚ୍ଚନା।


ସେ ' ବ୍ରହ୍ମଚାରିଣୀ '  ' ଚନ୍ଦ୍ରଘଣ୍ଟା 'ଦେବୀ

     ' କୁଷ୍ମାଣ୍ଡା 'ଓ ' ସ୍କନ୍ଦମାତା ',

ପୁଣି ' କାତ୍ୟାୟନୀ '  ' କାଳରାତ୍ରୀ 'ଚଣ୍ଡି

      ରୂପେ ହୁଅନ୍ତି ପୂଜିତା। 


' ମହାଗୌରୀ ' ଭାବେ ଶ୍ବେତବସ୍ତ୍ରେ ଉଭା

      ହୋଇଥାନ୍ତି ଚତୁର୍ଭୁଜା,

ପତିତ ଜନଙ୍କୁ        କରିଣ ଉଦ୍ଧାର 

     ଉଡାନ୍ତି ବିଜୟ ଧ୍ବଜା।    


ଶେଷ ' ସିଦ୍ଧିଦାତ୍ରୀ '    ହସ୍ତେ ଧରିଥାନ୍ତି

       ଶଙ୍ଖ ଚକ୍ର ଗଦା ପଦ୍ମ,

ଏ ବିଧି ବିଧାନେ      ପୂଜା ହୁଏ ପୂର୍ଣ୍ଣ

       କରୁଣା ତାଙ୍କ ଅସୀମ।


ମାତାଙ୍କ ଆଶିଷ      ପାଇ ଭକ୍ତଜନ

      ଧନ୍ୟ କରେ ତା' ଜୀବନ,

ଶ୍ରୀପଦ ଯୁଗଳେ     ରଖି ସଦା ଧ୍ୟାନ 

      କଟିଯାଉ ସୁଖେ ଦିନ।

    

      

   





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama