Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଦେବଭୂମି ହିମାଳୟ

ଦେବଭୂମି ହିମାଳୟ

1 min
336


ଆଧ୍ୟାତ୍ମିକ ଭାବନା ସହ ପ୍ରକୃତିର ଶୋଭା ଅପରୂପ

ଦେବ ଭୂମି ହିମାଳୟର ମହତ୍ତ୍ଵ ବର୍ଣ୍ଣନ ଅସୀମ

ପୁରାଣ କାଳରୁ ଦେବ ଭୂମି ରୂପେ ଖ୍ୟାତି ରହିଅଛି

ପ୍ରକୃତିର ଶୋଭାରାଜି ଦେଖି ଶାନ୍ତି ଭାବନା ଆସୁଛି ।


ମୁନି ଋଷି ସନ୍ନ୍ୟାସୀଙ୍କ ତପସ୍ଥଳି ରୂପେ ପରିଚିତ

ଏକାଗ୍ରରେ ଧ୍ୟାନ ମଗ୍ନ ପାଇଁ ହିମାଳୟ ହିଁ ବିଦିତ

ବରଫରେ ଆଚ୍ଛାଦିତ ହିମାଳୟ ପର୍ବତ ଶିଖର

ତାପମାତ୍ରା ସଦା ସର୍ବଦା ନିମ୍ନ ସ୍ତର ଓ ସୁସ୍ଥିର ।


ଔଷଧୀୟ ଗୁଳ୍ମ ପାଇଁ ରହିଛି ହିମାଳୟର ପ୍ରସିଦ୍ଧି

ପୁଣ୍ୟତୋୟା ଗଙ୍ଗା ସହ ଅନ୍ୟ ନଦୀ ଉପନଦୀ

ପାଦ ଦେଶେ ଧର୍ମ ସ୍ଥଳୀ ଶୈବ ପୀଠ ର ମନ୍ଦିର

ଆଧ୍ୟାତ୍ମିକ ପରିବେଶ ପାଇଁ ଭିଡ ତୀର୍ଥଯାତ୍ରୀଙ୍କର  ।


ଭାରତର ଗୌରବ ହିମାଳୟ ଏଭେରେଷ୍ଟ ଶୃଙ୍ଗ

ପ୍ରାଚୀର ପରି ରହିଛି ସୁରକ୍ଷା ନ ହୁଅଇ ଭଙ୍ଗ

ଶତ୍ରୁ କବଳରୁ ରକ୍ଷା ପାଇଁ ସହାୟକ ହେଉଅଛି

ସୀମାନ୍ତ ସ୍ଥଳରେ ସୈନିକ ଆମର ଜାଗ୍ରତ ରହିଛି ।


ପୁରାଣ ବର୍ଣ୍ଣିତ କୈଳାସ ହିଁ ହିମାଳୟ ଦେବ ଭୂମି

କିମ୍ବଦନ୍ତୀ ପୌରାଣିକ ଉପାଖ୍ୟାନ ର ପବିତ୍ର ଜମି

ଦେବ ଦେବ ମହାଦେବଙ୍କ ଅତି ପ୍ରିୟ ବାସସ୍ଥାନ

ମନୋରମ ପରିବେଶ ହିଁ ମହାଦେବଙ୍କ ଆସ୍ଥାନ ।


ତୀର୍ଥ ସ୍ଥଳ ପରିଦର୍ଶନରେ ହିମାଳୟର ଦର୍ଶନ

ସଙ୍ଗୀତ ପରି ଅବାରିତ ଝରଣାର କୁଳୁକୁଳୁ ତାନ

ମୃଦୁ ମୃଦୁ ଶୀତଳ ସମୀରେ ଦେହ ମନ ପୁଲକିତ

ହିମାଳୟ ଗୁଣ ଗରିମା ଗାନ ପାଇଁ କିଏ ବା ସମର୍ଥ ।


ମସ୍ତକ ସ୍ବରୂପ ଭାରତର ଶୋଭା ବଢ଼ାଉଛି

ହିମାଳୟ ନାମରେ ହିଁ ଭାରତର ଗୌରବ ରହିଛି

ପୁଣ୍ୟ ଭୂମି ଭାରତରେ ଦେବ ଭୂମି ହିମାଳୟ

ପୁଣ୍ୟ ଦେବ ଭୂମିରେ ଜନ୍ମି ପରିଚୟ ଭାରତୀୟ ।


Rate this content
Log in

Similar oriya poem from Abstract