Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4.5  

Bijay Prusty

Abstract

ଦେବାଧିଦେବ ମହାଦେବ

ଦେବାଧିଦେବ ମହାଦେବ

1 min
271


କଇଳାସ ପତି ଡମ୍ବରୁଧର

ଶ୍ମଶାନ ନିବାସୀ ଶିବ

ଦେବାଧିଦେବ ଯୋଗୀରାଜ ତୁମେ

ପ୍ରଣାମ ମୋହର ନେବ I


ଗୁନ୍ଥି ଆଣିଛି ମୁଁ ତୁମପାଇଁ ପ୍ରଭୁ

ଅରଖ ଫୁଲର ମାଳ

ଶହେଆଠ ବେଲପତ୍ର ମୁଁ ଆଣିଛି

ଚଢାଇବି ଶ୍ରୀ ପୟର I


ବେକେ ଲମ୍ବାଇବି ନାଗେଶ୍ୱର ମାଳ

ଜଟାରେ ଖୋସିବି ଚମ୍ପା

ମସ୍ତକେ ଢାଳିବି ତୀର୍ଥଜଳ ପ୍ରଭୁ

ପାଇବାକୁ ତୁମ କୃପା I


ଚନ୍ଦନ କର୍ପୁର ବୋଳିଦେବି ଦେହେ

ଶ୍ରୀଅଙ୍ଗେ ଢାଳିବି କ୍ଷୀର

ନତଜାନୁ ହୋଇ ପ୍ରଣମିବି ପ୍ରଭୁ

ଗାଇ ଶିବ ପଞ୍ଚାକ୍ଷର I


ସମୁଖେ ତୁମର ଦୀପଟିଏ ଜାଳି

କରିବି ବନ୍ଦନା ତବ

ହେ ଭୋଳା ଶଙ୍କର ସବୁ ବିପଦରୁ

ଉଦ୍ଧାରିବ ସଦାଶିବ I


ତୁମ ନାମ ଗାଇ କରିବି ମୁଁ ପ୍ରଭୁ

ମନ୍ଦିର ପରିକ୍ରମା

ହେ ତ୍ରିଶୁଳଧାରୀ ଦୋଷାଦୋଷ ମୋର

କରିଦେଉଥିବ କ୍ଷମା I

    


Rate this content
Log in

Similar oriya poem from Abstract