ଦେବା ସଦା ସନମାନ
ଦେବା ସଦା ସନମାନ
ଏ ଦେଶ ମାଟିର ଶୂର ବୀର କେତେ
ରଚିଛନ୍ତି ଇତିହାସ,
ମାତୃଭୂମି ଶିର ଉଚ୍ଚା ରଖିଛନ୍ତି
ବଜାଇ ବିଜୟ ଘୋଷ ।
କହିଲେ ସେ ଗାଥା ଶେଷ ହେବନାହିଁ
ବିତିଯିବ ଦିନ ରାତି ,
ତାଙ୍କ ଲାଗି ଆମେ ଦେଶବାସୀ ସଦା
ସୁରକ୍ଷିତ ରହିଛନ୍ତି ।
ଆମ ପାଇଁ ସିଏ ରକତ ବୁହାନ୍ତି
ଭୁଲିଯାଇ ନିଜ ସୁଖ,
ହସି ହସି ପରା ବଳିଦାନ ଦେଇ
ରଖନ୍ତି ଦେଶର ଟେକ ।
ମାଟି ନୁହେଁ ଖାଲି ଅଟଇ ଏ ମାଆ
ତେଣୁ ତା'ର ମୂଲ୍ୟ ବୁଝି,
ଋଣ ପରିଶୋଧ କରୁଛନ୍ତି ସେ ଯେ
ବଇରୀ ସାଥିରେ ଯୁଝି ।
ବୀର ପ୍ରସବିନୀ ଜନନୀ ଆମର
ଆମେ ରଖିବା ତା' ମାନ,
ବୀର ସୁହୃଦଙ୍କୁ ସାହସ ଯୋଗାଇ
ଦେବା ସଦା ସନମାନ ।
