Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

ଦେବ ଶିଳ୍ପୀ ବିଶ୍ବକର୍ମା

ଦେବ ଶିଳ୍ପୀ ବିଶ୍ବକର୍ମା

1 min
136



ସ୍ବର୍ଗ ପୁରେ ଦେବତାଙ୍କ ବାସସ୍ଥାନ 

    ରାଜା ତାର ସଚୀପତି 

ସୁଧର୍ମା ସଭାରେ ଅଧିଷ୍ଠାନ କରି

     ବିଚାର କରନ୍ତି ନିତି ।


ସବୁ ଦେବତାଙ୍କ ମଧ୍ୟରେ ସେ କାର୍ଯ୍ୟ 

     ଇନ୍ଦ୍ରଦେବ ବାଣ୍ଟି ଥାନ୍ତି 

ପବନ ଦେବତା ତାଙ୍କରି ନିର୍ଦ୍ଦେଶେ

     ଚାମର ନିତି ବିଞ୍ଚନ୍ତି ।


ପବନ ବହଇ ଅନଳ ଦହଇ 

    ସର୍ବେ ନିଜ କାର୍ଯ୍ୟେ ରତ 

ଦେବ ଶିଳ୍ପୀ ବିଶ୍ବକର୍ମା ବିନ୍ଧାଣୀ ସେ

    ନିର୍ମାଣରେ ସିଦ୍ଧ ହସ୍ତ । 


ସ୍ବର୍ଣ୍ଣମୟୀ ଲଙ୍କା ପବନ ନନ୍ଦନ 

    ମାରୁତି ଦହନ କଲେ

ରାବଣର କ୍ରୋଧ ଶାନ୍ତ ପାଇଁ ଇନ୍ଦ୍ର

    ବିଶ୍ବକର୍ମାକୁ ରାଇଲେ ।


ପୂର୍ବଠାରୁ ଶତ ଗୁଣ ସୌନ୍ଦର୍ଯ୍ଯରେ

    ଲଙ୍କା ପୁର ନିର୍ଭା କଲେ

 ଶୋକ ଦୂର ପାଇଁ ଅମୋହ ମଣିକୁ

     ରାବଣେ ପ୍ରଦାନ କଲେ ।


ତ୍ରିପୁରାସୁର ଆଦେଶେ ବିଶ୍ବକର୍ମା 

      ତ୍ରିପୁର କଲେ ନିର୍ମାଣ

ମହାଦେବ ମହେଶ୍ବର ତ୍ରିଲୋଚନେ

      କରିଲେ ତାକୁ ଦହନ ।


ବିଷ୍ଣୁଙ୍କ ଆଜ୍ଞାରେ ଇନ୍ଦ୍ରପ୍ରସ୍ଥ ନଗ୍ର

      ବିଶ୍ବକର୍ମା ତୋଳି ଦେଲେ

ଏମିତି ସୌନ୍ଦର୍ଯ୍ଯ ବିମୋହିତ ଦୃଶ୍ୟ 

     ଦେଖି ସର୍ବେ ପ୍ରୀତ ହେଲେ ।


ନଗ୍ର ଦେଖି ଦୁର୍ଯ୍ୟୋଧନ ସ୍ତମ୍ଭୀଭୂତ 

     ହୋଇଲେ ବିସ୍ମିତ ଅତି

ସ୍ଥଳ ଭାବି ଜଳେ ପାଦ ଦେଲେ ଯେବେ

     ପଡିଗଲେ କୁରୁ ପତି ।


ବିଚିତ୍ର ବିନ୍ଧାଣୀ ବିଚିତ୍ର ନିର୍ମାଣ

     ଆଖି ଝଲସାଇ ଦିଏ 

କ୍ଷଣିକ ମଧ୍ୟରେ କରନ୍ତି ନିର୍ମାଣ 

     ଦେବ ଶିଳ୍ପୀ ପରା ସିଏ ।


ବଳଦେବ ବୋଲେ ପ୍ରଭୁ ଜଗନ୍ନାଥ 

     ମହାଲକ୍ଷ୍ମୀଙ୍କୁ ତଡିଲେ

ମାତାଙ୍କ ଆଦେଶେ ଦେବ ବିଶ୍ବକର୍ମା 

     ଲକ୍ଷ୍ମୀ ଉଆସ ତୋଳିଲେ ।


ବିଶ୍ବାବସୁ ଭଣ୍ଡି ମହୋଦଧି ଜଳେ

    ନୀଳମାଧବ ଆସିଲେ

ସମୁଦ୍ର ତୀରରେ ପୁରୀ ଶ୍ରୀକ୍ଷେତ୍ରରେ

     ଦାରୁ ରୂପରେ ଲାଗିଲେ ।


ଇନ୍ଦ୍ରଦ୍ଯୁମ୍ନ ରାଜା ଗୁଣ୍ଡିଚା ରାଣୀଙ୍କ

     ଆଦେଶେ ହୁଏ ନିର୍ମିତ 

ଦେବ ଶିଳ୍ପୀ ବିଶ୍ବକର୍ମା ବୃଦ୍ଧ ରୂପେ

     କରିଲେ ନେଇ ଦାୟିତ୍ବ ।


ଏକୋଇଶ ଦିନ ନ ପୂରିବା ଆଗୁ

     ଦ୍ୱାର କବାଟ ଖୋଲିଲେ

ଅଧାଗଢା ତିନି ମୂରତୀ ଦେଖିଣ

     ସର୍ବେ ଚକିତ ହୋଇଲେ ।


ରହିଗଲ ପ୍ରଭୁ ଅଧା ଗଢା ହେଇ 

     ଏଇ ଳୀଳାଚଳ ଧାମେ 

ଦେବ ଶିଳ୍ପୀ ବିଶ୍ବକର୍ମା ପାଇଁ ଆଜି

    ଦର୍ଶନ କରୁଛୁ ଆମେ ।


ତୁମ ଜନ୍ମ ଦିନେ ତୁମରି ଚରଣେ 

    କରୁଛି ଭକ୍ତି ପ୍ରଣତି 

ଏ ଧରା ଧାମରେ ତୁମରି ପୂଜାରେ

     ଭକ୍ତେ କରନ୍ତି ଆଳତୀ ।


ଯନ୍ତ୍ର କୌଶଳରେ ପୁର ନିର୍ମାଣରେ

     ତୁମେ ଅଟ ସିଦ୍ଦ ହସ୍ତ 

ହେ ଦେବଶିଳ୍ପୀ ବିଶ୍ବକର୍ମା ତୁମ

    ପାଦେ ଭକ୍ତି ପ୍ରଣିପାତ ।


Rate this content
Log in

Similar oriya poem from Abstract