STORYMIRROR

Jagannath Das

Abstract

4  

Jagannath Das

Abstract

ଦେବ ଦୀପାବଳୀ

ଦେବ ଦୀପାବଳୀ

1 min
235


କାର୍ତ୍ତିକ ଅମାବାସ୍ୟା

ଆଲୋକ ର ଯେ ଆଶା

ଦେଦୀପ୍ୟମାନ ଜ୍ୟୋତି ନିଶା


ଚାଶରଯେ ସମସ୍ୟା

ଚାଷୀ ର ବି ଦୁର୍ଦଶା

ଦିବ୍ୟ ଦୀପାବଳୀ ଭରସା


ଆଲୋକ ର ବର୍ତ୍ତିକା

ନାଶେ ପୋକ ଝିଂଟିକା

 ଘରେ ପେୟାଁର କାଠି ଜଳେ


ପିତର ପୁର ର ଆତ୍ମା

ପୁଜେ ତୋତେ ଅର୍ଯ୍ୟମା

ନମ ସ୍କାର ମୁଁ ସଦା ବେଳେ


ଯୁଗ ସଂକେତ ପାଇ

ଆସିବେ କାଳୀ ଧାଇଁ

ଦୀପାଳି ପାଳେ ନିଶି ହେଲେ


ଶତ ଶତ କଣ୍ଠ ରେ 

ଦୀପାଳି ତୋ ଗୀତିରେ

ତ୍ରିଭୁବନ ରାତ୍ରେ ନାଚୁ ଥିଲେ


ଦେବ ଦୀପାବଳୀ ରାତ୍ରେ

ପିତୃ ଶ୍ରାଦ୍ଧ କରାଯାଏ

 ଆତ୍ମା ତୃପ୍ତିର ଉଦ୍ଦେଶ୍ୟ ରେ


କେତେ ବାଣ ଫୁଟା ଯାଏ

ଆଲେ ଝଲ ମଲ ହୁଏ

ମାତର ତୃପ୍ତି ପ୍ରକାଶ୍ୟ ରେ


ନୃମୁଣ୍ଡ ମାଳା ମାଳିନୀ

ମେଘ ବର୍ଣ୍ଣା ଉଲ୍ଲଙ୍ଗିନୀ

ପା 'ନ୍ତି ପୂଜା ଆମ ଗହଣେ


ଦ୍ବୀପ ର ଦ୍ବିପାଳୀ ଜାଳି

ଆବାହନ କର କାଳୀ

ବର ଦେବେ ଭାରି ଯତନେ ।।


Rate this content
Log in

Similar oriya poem from Abstract