STORYMIRROR

Goutam Mohanty

Classics

2  

Goutam Mohanty

Classics

ଦେ_ମା_କ୍ଷମା

ଦେ_ମା_କ୍ଷମା

1 min
162

ମା ମା ମା ଲୋ

ତୋତେ ପୁଚ୍ଛୁଛି ଏ ପାପୀଷ୍ଠ ପୁତ୍ର ତୋର

ତୁ ଯଦି ତୃଷିତ ଅଛୁ ଅନନ୍ତ କାଳୁ

ହେ ମାଆ ମୋର ମୋତେ ଆଦେଶ କର

ଶିରୋଧାର୍ଯ୍ୟ ମଣିବି ତୋ ଇଚ୍ଛିତ ବାକ୍ୟ କୁ

ଏ ନଶ୍ୱର ଶରୀରୁ ଦେଇ ଟୋପା ଟୋପା ରୁଧିର

ତୋ ଇଚ୍ଛାମତେ ତୋତେ ପାନ କରାଇବି

ତୁ ଯେତେ ତୃପ୍ତି ଲଭିବୁ ମାଆ ଲୋ

ମୁଁ ସେତେସେତେ ଜୀଇଁ ଉଠୁଥିବି


ତୋ ଛାତିର ଅମୃତ ପିଇ ତୋ କୋଳେ ଜନ୍ମି

ତୋ କାନି ଘୋଡ଼ିହୋଇ ଏ ପଞ୍ଚଭୂତ ଶରୀରେ

ଅମରତ୍ୱ କୁ ଗୋଟାପଣେ ବୋଳିଛି

ଜୀବନୀ-ରୁଧିର-ଶକ୍ତି ରେ

ତୋତେ ଅପ୍ୟାୟିତ କରି ମୁଁ କି ମରିପାରିବି


ଅୟି ଅଯୋଗ୍ୟ ପୁତ୍ରର ମା ମୋର

ତୁ ଯଦି ଭୋକିଲା ଅଛୁ ମୋତେ ଜନ୍ମ କରି

ହାୟ... ମୁଁ ପାପୀ ପାମର କେଉଁଠି ବୁଡିଛି

ତୁ ନିଶ୍ଚେ ଭୁଲ କରିଛୁ ମା ମୋତେ ଜନ୍ମ କରି

ଏଇ ଦେଖ ଛେଦିବି ଏ ଶରୀର ସହାସ୍ୟ ବଦନରେ

ଟୁକୁଡ଼ା ଶରୀର ଖଣ୍ଡ କୁ ନୈବେଦ୍ୟ ଜାଣି

ବାଢ଼ିଦେବି ପଶ୍ଚାତ୍ତାପ ର ତୋ ଖାଦ୍ୟଥାଳ ରେ,

ମୁଁ ଜାଣେ... ମୁଁ ଜାଣେ ଲୋ ଅୟି କରୁଣାମୟୀ

ତୁ ହୋଇ ତୃପ୍ତ କହିବୁ ତଥାସ୍ତୁ ର ଅଭୟ ଶବ୍ଦ

ମୁଁ ପୁନଃନିର୍ମାଣ ହୋଇଯିବି ନ'ହୋଇ ବିଧ୍ଵଂସ


ମା ଲୋ ମୋତେ ଏତିକି ଅଭୟ ଦେ

ତୋତେ ପୁଜି ଦେଇ ତୋ ସାଥେ ଖେଳିବି

ଥକିପଡିଲେ ଶୋଇବି ତୋ ପଣତକାନୀ ଯାଚିଦେ

ଅନ୍ତିମ ଇଚ୍ଛା ମୋର ଏବେ ଶୁଣିବୁକି ମା

ତଥାପି ତୁ ଯଦି ବ୍ୟଥିତ ଅଟୁ ତୋ ପୁତ୍ରରେ

କିବା ଜର୍ଜରିତ ଅତୃପ୍ତ ଏ ଅଧମପରେ

ତଅ ଚନ୍ଦ୍ରହାସର ପୁନଃପରୀକ୍ଷା ନେଏ

ମୁଁ ପାତିଦେଇଥିବା ଶୀରକୁ ତୋ ଖଡ୍ଗ ଭାରରେ

ମା...ପ୍ରଣାମ

                


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics