ଦେ ଢାଳି ଦେ
ଦେ ଢାଳି ଦେ
ଦେ ଢାଳିଦେ ମୁନ୍ଦାଏ ବାରି,
ମେଲିଦେଉ ଶାଖା ପତର ଚାରି,
ମାଟି ପାଣିରେ ତ ଗଢା ଏ ଦେହ,
ମଣିଷ ହେଉ କି ଉଦ୍ଭିଦ କୁହ... ।
ଛୋଟିଆ ବୀଜରୁ ବିରାଟ ତରୁ,
ମାଟି, ପାଣି, ଆଲୋକର ସାହାରେ,
ସତେ କାହା ଋଣ ଶୁଝାଇବାକୁ,
ଛାୟା, ଫଳ, ଫୁଲ, ପତ୍ର ସମ୍ଭାରେ..... ।
ଦେଇଥିଲେ ତାକୁ ପାଣି ଟିକିଏ,
କାଲି ଯେବେ ବଡ଼ ହୋଇବ ସିଏ,
ବିଶୁଦ୍ଧ ବାୟୁ କରିବ ପ୍ରଦାନ,
ସୁସ୍ଥ ପରିବେଶ ସୁସ୍ଥ ଜୀବନ... ।
