STORYMIRROR

Hemanta Patra

Abstract

2  

Hemanta Patra

Abstract

ଡର ଲାଗେ

ଡର ଲାଗେ

1 min
161

ଇଛା ହୁଏ

ବଞ୍ଚିବାକୁ ଫୁଲ ପରି

ଡର ଲାଗେ

ଯେଉଁ ଦିନ ଫୁଟିବି ପଡିବି ଝଡି

ଇଛା ହୁଏ

ଫୁଲକୁ ମାଗିବାକୁ ତାର ବାସ୍ନା

ଡର ଲାଗେ

ଫୁଲ ଯଦି କହିବ ମୋତେ ନେ

ତାକୁ ନେଇ ମୁଁ କଣ ମନ୍ଦିରରେ

ସଜେଇ ପାରିବି

ଇଛା ହୁଏ

ଫୁଲର କଢିକୁ ପଚାରିବି

ଶାଖାରେ ଖେଳିବାକୁ

କାହିଁକି କରୁଛୁ ଡେରି

ଡର ଲାଗେ

ଫୁଲ କାଳେ କହିବ

ପାଗଳ ଭ୍ରମର ଠୁ

ମୋତେ ପାରିବୁକି ରକ୍ଷା କରି

ଇଛା ହୁଏ

ପକ୍ଷୀକୁ ପଚାରିବି

କାହିଁକି ଶୁଭୁନି

ତୋ ମଧୁର କଣ୍ଠର ନିଃଶ୍ୱନ

ଡର ଲାଗେ

ପକ୍ଷୀ କାଳେ କହିବ

କଂକ୍ରିଟ ଜଙ୍ଗଲ ପାଇଁ

ଆମକୁ ଭୋକରେ ରଖି

ଉଜାଡି ଦେଲ ଆମ ବାସସ୍ଥାନ

ଇଛା ହୁଏ

ସାଗରରେ ଖୋଜିବାକୁ ମୋତି

ଡର ଲାଗେ

ସାଗରରେ ଶାମୁକା

ଶାମୁକାରେ ମୋତି

ଥଳକୁଳ ନପାଇ ଯିବି ମୁଁ ଡୁବି

ଇଛା ହୁଏ

ସତ ଉପାୟରେ

କରିବାକୁ ଜୀବନ ନିର୍ବାହ

ଡର ଲାଗେ

ଥଳକୁଳ ନଥିବା ମିଛ ଦୁନିଆରେ

ସତର ଡଙ୍ଗା କଣ ହୋଇବ ପାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract