ଡର ଲାଗେ
ଡର ଲାଗେ
ଇଛା ହୁଏ
ବଞ୍ଚିବାକୁ ଫୁଲ ପରି
ଡର ଲାଗେ
ଯେଉଁ ଦିନ ଫୁଟିବି ପଡିବି ଝଡି
ଇଛା ହୁଏ
ଫୁଲକୁ ମାଗିବାକୁ ତାର ବାସ୍ନା
ଡର ଲାଗେ
ଫୁଲ ଯଦି କହିବ ମୋତେ ନେ
ତାକୁ ନେଇ ମୁଁ କଣ ମନ୍ଦିରରେ
ସଜେଇ ପାରିବି
ଇଛା ହୁଏ
ଫୁଲର କଢିକୁ ପଚାରିବି
ଶାଖାରେ ଖେଳିବାକୁ
କାହିଁକି କରୁଛୁ ଡେରି
ଡର ଲାଗେ
ଫୁଲ କାଳେ କହିବ
ପାଗଳ ଭ୍ରମର ଠୁ
ମୋତେ ପାରିବୁକି ରକ୍ଷା କରି
ଇଛା ହୁଏ
ପକ୍ଷୀକୁ ପଚାରିବି
କାହିଁକି ଶୁଭୁନି
ତୋ ମଧୁର କଣ୍ଠର ନିଃଶ୍ୱନ
ଡର ଲାଗେ
ପକ୍ଷୀ କାଳେ କହିବ
କଂକ୍ରିଟ ଜଙ୍ଗଲ ପାଇଁ
ଆମକୁ ଭୋକରେ ରଖି
ଉଜାଡି ଦେଲ ଆମ ବାସସ୍ଥାନ
ଇଛା ହୁଏ
ସାଗରରେ ଖୋଜିବାକୁ ମୋତି
ଡର ଲାଗେ
ସାଗରରେ ଶାମୁକା
ଶାମୁକାରେ ମୋତି
ଥଳକୁଳ ନପାଇ ଯିବି ମୁଁ ଡୁବି
ଇଛା ହୁଏ
ସତ ଉପାୟରେ
କରିବାକୁ ଜୀବନ ନିର୍ବାହ
ଡର ଲାଗେ
ଥଳକୁଳ ନଥିବା ମିଛ ଦୁନିଆରେ
ସତର ଡଙ୍ଗା କଣ ହୋଇବ ପାରି
