STORYMIRROR

Dharitri Das

Children

3  

Dharitri Das

Children

ଡ଼ଙ୍ଗା

ଡ଼ଙ୍ଗା

1 min
243

ଯାଆ ଯାଆରେ ଭାସି ଯାଆ

କାଗଜ ଡ଼ଙ୍ଗା ମୋର ଭାସିଯାଆ।

ଦୂର ରାଇଜକୁ ଭାସିଯାଆ

ଦରିଆ ସାଥେ ତୁହି ମିଶିଯାଆ।

ଯାଆ ଯାଆରେ.............…..।

ବୋଇତ ସାଜି ଭାସିଯାଆ

ସାଧବ ପୁଅ ଗାଥା ଗାଇଯାଆ।

ଯାଆ ଯାଆରେ…....….........।

ଜାଭା ସୁମିତ୍ରା ଚାଲିଯାଆ

କାର୍ତ୍ତିକେ ଯାଇ ଆଷାଢ଼େ ଫେରିଆ।

ଯାଆ ଯାଆରେ..…........…......।

ମଙ୍ଗେ ବସାଇ ମଙ୍ଗଳା ମା'

ତା ପାଦେ ଭରଷା କରି ଚାଲି ଯା।

ଯାଆ ଯାଆରେ.…..…...….......।

ସାଧବ ବୋହୂ ବନ୍ଦାପନା

କରେ ହୁଳହୁଳି ଦେଇ ଦେଖିଯା।

ଯାଆ ଯାଆରେ..................।

ଅତୀତ ଗୌରବ ସାଥେ ଯା

ଆ କା ମା ଵଇ ଗୀତ ଗାଇ ଯାଆ।

ଯାଆ ଯାଆରେ .......…........…।

ଯାଆ ଯାଆରେ...............…....।

ଯାଆ ଯାଆରେ....................…।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children