ଡ଼ଙ୍ଗା
ଡ଼ଙ୍ଗା
ଯାଆ ଯାଆରେ ଭାସି ଯାଆ
କାଗଜ ଡ଼ଙ୍ଗା ମୋର ଭାସିଯାଆ।
ଦୂର ରାଇଜକୁ ଭାସିଯାଆ
ଦରିଆ ସାଥେ ତୁହି ମିଶିଯାଆ।
ଯାଆ ଯାଆରେ.............…..।
ବୋଇତ ସାଜି ଭାସିଯାଆ
ସାଧବ ପୁଅ ଗାଥା ଗାଇଯାଆ।
ଯାଆ ଯାଆରେ…....….........।
ଜାଭା ସୁମିତ୍ରା ଚାଲିଯାଆ
କାର୍ତ୍ତିକେ ଯାଇ ଆଷାଢ଼େ ଫେରିଆ।
ଯାଆ ଯାଆରେ..…........…......।
ମଙ୍ଗେ ବସାଇ ମଙ୍ଗଳା ମା'
ତା ପାଦେ ଭରଷା କରି ଚାଲି ଯା।
ଯାଆ ଯାଆରେ.…..…...….......।
ସାଧବ ବୋହୂ ବନ୍ଦାପନା
କରେ ହୁଳହୁଳି ଦେଇ ଦେଖିଯା।
ଯାଆ ଯାଆରେ..................।
ଅତୀତ ଗୌରବ ସାଥେ ଯା
ଆ କା ମା ଵଇ ଗୀତ ଗାଇ ଯାଆ।
ଯାଆ ଯାଆରେ .......…........…।
ଯାଆ ଯାଆରେ...............…....।
ଯାଆ ଯାଆରେ....................…।
