Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Children

4.0  

Durjyodhan Barik

Children

ଡଙ୍ଗା

ଡଙ୍ଗା

1 min
242



କଦଳୀ ବାହୁଙ୍ଗା  ଅବା ସୋଲ ଡ଼ଙ୍ଗା

     ପୂର୍ବ ଦିନ ଗଢି ଦେଇ,

ନାନା ରଙ୍ଗ ଦେଇ  ଚିତ୍ର ବି ବନାଇ

    ଡଙ୍ଗାଟି ଦେବା ସଜେଇ ।


ଆସଲୋ ସଜନୀ  ପାହୁଛି ରଜନୀ

    ଡଙ୍ଗା ଭସାଇବା ଆସ,

ପୁଣ୍ୟତୋୟା ନଦୀ  ଜଳରେ ଗାଧୋଇ

     ଡଙ୍ଗା ସଜାଇବା ବଶ ।


ଫୁଲ ଫଳ ଦୁବ   ବରକୋଳି ପତ୍ର

     ଧୂପ ଦୀପ ଭୋଗ ଦେଇ,

ପାନ ଖଣ୍ଡେ ଥୋଇ  ଡଙ୍ଗା ଭସାଇବା

     ଆ କା ମା ବୈ କହି ।


ଉତ୍କଳର ଗର୍ବ    ଥିଲେ ସେ ସାଧବ

     ଡଙ୍ଗା ବାହି ଯାଉଥିଲେ,

ଦୂର ବିଦେଶରେ   ବାଣିଜ୍ୟ କରି ସେ

    ସ୍ଵଦେଶକୁ ଫେରୁଥିଲେ ।


ଆମ ପରମ୍ପରା  ଅତୀବ ନିଆରା

     ପାଳୁଥିବା ଦେଇ ଧ୍ୟାନ,

ଆମେ ଉତ୍କଳୀୟ   ଆମରି ସଂସ୍କୃତି

     ଅଟେ ଆମ ଅଭିମାନ ।


    


Rate this content
Log in

Similar oriya poem from Children