STORYMIRROR

Sukadev Mahanta

Inspirational

4  

Sukadev Mahanta

Inspirational

ଡଲାର ପ୍ରହେଳିକା

ଡଲାର ପ୍ରହେଳିକା

1 min
168

ହେ ଅର୍ଥଲୋଭୀ ମଣିଷ

ଅଜାଣତେ କରୁଅଛ କିସ?

ଡଲାର ପଛରେ ଧାଇଁଛ 

ସତରେ କି ପାଗଳ ହୋଇଛ?

ସେ ତ ମାୟା ମୃଗ ସମ

ଦେଖାଇ ତା ରୂପ ଅନୁପମ

ଆକାଶରେ ଉଡି ଉଡିଯାଏ

ହାତ ପାହାନ୍ତାରେ ଦିଶୁଥାଏ ||

ଯଦି ତୁମେ ଏହିପରି ଧାଉଁଥିବ

ମାୟାରେ ବାୟା ହୋଇଯିବ

ପୃଥିବୀର ପ୍ରତିଟି କୋଣରୁ ଧାଇଁ

ଡଲାର ପଛରେ ଗୋଡାଇ ଗୋଡାଇ

ଆକାଶେ ଡଲାରକୁ ଅନାଇ

ଅଜାଣତେ ସ୍ଥଳଭାଗ ସୀମା ପାରିି ହୋଇ

ପଡିଯିବ ସାଗରର ଅତଳ ଜଳରେ

ଧାଇଁ ଧାଇଁ ଡଲାର ଲୋଭରେ ||

ଛାଡି ମମତା ମାତୃଭୂମିର 

ପଡିଛ ପ୍ରେମରେ ପାଶ୍ଚାତ୍ୟ ସଭ୍ୟତାର

ଜାଣି ଥାଅ ଧାଇଁ ଧାଇଁ ଶେଷେ 

ପଡିବ ସାଗର ଜଳେ ପରିଶେଷେ

ହରାଇବ ଥଳକୂଳ ଶେଷେ

ଭସା କାଠଗଡ ଆଶ୍ରା ହେବ ଶେଷେ

ଫେରାଇ ଆଣିବ ତୁମକୁ ନିଜ ଦେଶେ

ବୁଝିବ ତୁମେ ଡଲାର ନୁହେଁ ଜନ୍ମମାଟି ଦିଶେ

ଯାହାର କୋମଳ ପରଶରେ

ଧନ୍ୟ ହେବ ଜୀବନ ତା ଚରଣ ସେବାରେ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational