ଡାର୍ଲିଂଦାରୁ
ଡାର୍ଲିଂଦାରୁ


ଚୁମ୍-କି ପାଟ ପିନ୍ଧି
ଗଭାରେ ଗଜରା ବାନ୍ଧି
ହାଇହିଲ୍ ପାଦେ ଛନ୍ଦି
ହାତରେ କୁଟାଇ ମେହେନ୍ଦି
ଗଳାରେ ଭେନିଟି ବାନ୍ଧି
ଏଇ ସଭାରେ ସଭିଙ୍କ ନଜର
ଯାହାପାଖେ ଅଛି ବିନ୍ଧି
ସେ କେହି ନୁହନ୍ତି
ସିଏ ମୋ ଡାର୍ଲିଂଦାରୁ
ମାଡାମ ଗନ୍ଧି ।
ବାହା ହେଲା ଦିନୁ ତାଙ୍କୁ
ସବୁଦିନେ ପାଳେ ନୂଆବରଷ,
ମୋ ପଞ୍ଜିକାରେ ନାହିଁ ପୁନେଇ ରାତି
ଖାଲି ଉଆଁସ ।
ମୋ ଅଭିଧାନେ ନାହିଁ ଶବ୍ଦ
ତାହା ଅଟେ ସ୍ଵାଧିନତା,
ସବୁଦିନେ ଘରେ କଚେରୀ ବସେ
ସିଏ ଜଜ୍ ମୁଁ ମାଈକୁତା ।
ଡାର୍ଲିଂ ଆସିବା ଦିନରୁ
ନାହିଁ ମୋ ମୁରୁକି ହସା,
ଖାଇ ଖାଇ ସିଏ ହାତୀ ପାଲଟୁଛି
ମୁଁ ପାଲଟିଛି ମୂଷା ।
ବାପା ବୋଉ ମୋର ଆଶା କରିଥିଲେ
ଗୋଡେ ମାରିବ ସେ ତେଲ
ତା ସଙ୍ଗେ ନାତିର ଗେଲ,
ଡାର୍ଲିଂ ମୋହର କିମିଆ କରିଲ
ା
ଭଡାଘରେ ମୋର ଗାଳୁଛି ତେଲ ।
କହିବି କିସ
ବିତିଲାଣି ଦଶବରଷ
ପାଚିଗଲାଣି ମୋ ନିଶ
ଘରେ ନାହିଁ କୁଆଁ କୁଆଁ
ନିଇତି ଖାଏ ସେ ସାଦ
ତାହା ସଙ୍ଗେ ପୁଣି ମଦ
ପିଏ ନାହିଁ ବୋଲି
ମୁଁ କୁଆଡ଼େ ମାଇମରଦ ।
ଆପଣ ଭଜନ୍ତି ଦିଅ ଦାରୁ
ମୁଁ ନିଇତି ଭଜେ, କାହାକୁ ଜାଣନ୍ତି
ସିଏ ମୋ ଡାର୍ଲିଂ ଦାରୁ ।
ମୋ ଡାର୍ଲିଂଦାରୁର ପ୍ରଶଂସା ଶୁଣି
ଆପଣମାନଙ୍କ ମୁହଁ
ଆମ୍ଵିଳା ମିଠା ଫେଣ୍ଟାଫେଣ୍ଟି
ଘରକୁ ଗଲେ ମାଡାମ ମୋହର
ପିଠିରେ ସେକିବେ ରୋଟି ।
ଟିକିଏ ଲାଘବ ପାଇଁ
ମୋ ସାଥେ ଆପଣେ କହିବେକି
ମାଡାମ ଗନ୍ଧି--ଜିନ୍ଦାବାଦ
ମାଡାମ ଗନ୍ଧି--ଜିନ୍ଦାବାଦ
ମାଡାମ ଗନ୍ଧି--ଜିନ୍ଦାବାଦ ।