STORYMIRROR

Kishore Nayak

Children

2  

Kishore Nayak

Children

ଡାମରା କାଉରେ ଡାମରା କାଉ

ଡାମରା କାଉରେ ଡାମରା କାଉ

1 min
59


ଡାମରା କାଉରେ ଡାମରା କାଉ 

କାହିଁକି ଆଉତୁ ଦେଖା ନଯାଉ? ।।

ସକାଳଟା ଆଉ ଲାଗୁନି ଭଲ 

ନଶୁଣିଲେ ତୋ'ର ଡାକ ଗଜଲ ।।

ସକାଳୁ ନିଦଟା ଭାଙ୍ଗୁନି ଜମା 

ଶୋଇଛି ନିଦରେ ଚଗଲା ଟୁମା ।।

ତୋ' ଡାକ ଶୁଣିଲେ ଭାଙ୍ଗଇ ନିଦ 

ଚଞ୍ଚଳ ହୁଅଇ ସଭିଙ୍କ ପାଦ ।।

ଦେହରୁ ଅଳସ ଯାଏରେ ଛାଡି 

ଗଛ ଡାଳରେ ତୁ ଛାଡିଲେ ରଡି ।।

ତୋ' ରଡି ସାଙ୍ଗକୁ ଶୀତଳ ବାଆ 

ସକଳଟା ଲାଗେ ଭାରି ବଢିଆ ।।

ବନ୍ଧୁ ଘର ଲୋକ ଆସିଲେ କେହି 

ସକାଳୁ ସକାଳୁ ଦେଉ ତୁ କହି ।।

ଆସିବା ଆଗରୁ ଖବର ଦେଉ 

ଘର ଛାତେ ବସି ବୋବାଉ ଥାଉ ।।

ତୋ'ର ଉପକାର ହେବନି ଭୁଲି 

କେଉଁ ଆଡେ ତୁହି ଯାଇଛୁ ଚାଲି? ।।

ଆ.... ରେ ଡାମରା ପାଖକୁ ଆ....

ମିଠା ଫଳ ଖାଇ ଉଡି ତୁ ଯା.... ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children