STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଦ୍ବାଦଶ ଗଣପତି ବନ୍ଦନା   

ଦ୍ବାଦଶ ଗଣପତି ବନ୍ଦନା   

1 min
8

      ଦ୍ବାଦଶ ଗଣପତି ବନ୍ଦନା   
       =============
ପିତା ତବ ସଦାଶିବ ମାତା ହିମବନ୍ତୀ l ଭକ୍ତିରେ ବନ୍ଦଇ ମୁଁ ଦ୍ଵାଦଶ ଗଣପତି ll ପ୍ରଥମେ ବନ୍ଦନା କରେ ପ୍ରଭୁ ବକ୍ରତୁଣ୍ଡ l ପ୍ରସନ୍ନ ବଦନ ତବ ଶୋଭା ଗଜମୁଣ୍ଡ ll ଦ୍ଵିତୀୟେ ବନ୍ଦଇ ମୁହିଁ ପ୍ରଭୁ ଏକ ଦନ୍ତ l ବିଦ୍ୟାପ୍ରଦାୟକ ପ୍ରଭୁ ଅତି ଦୟାବନ୍ତ ll ତୃତୀୟେ ବନ୍ଦଇ ପ୍ରଭୁ କୃଷ୍ଣପିଙ୍ଗାକ୍ଷଙ୍କୁ l ବିଦ୍ୟାରମ୍ଭେ ଅଗ୍ରପୂଜ୍ୟ ଶଙ୍କରପୁତ୍ରଙ୍କୁ ll ଚତୁର୍ଥେ ବନ୍ଦଇ ବିଦ୍ୟା ପତି ଗଜବକ୍ତ୍ର l ପାର୍ବତୀ ନନ୍ଦନ ପ୍ରଭୁ ପାଶାଙ୍କୁଶ ହସ୍ତ ll ପଞ୍ଚମେ ବନ୍ଦଇ ମୁହିଁ ପ୍ରଭୁ ଲମ୍ବୋଦର l କପାଳେ କସ୍ତୁରୀଚିତା ଅତିହିଁ ସୁନ୍ଦର ll ଷଷ୍ଠରେ ବନ୍ଦଇ ମୁହିଁ ବିକଟ ଦେବଙ୍କୁ l ଗଣପତି ଗଣନାଥେ ଗଣ ନାୟକଙ୍କୁ ll ସପ୍ତମେ ବନ୍ଦନାକରେ ପ୍ରଭୁ ବିଘ୍ନରାଜ l ଶୁଭପୂଜନେ ପ୍ରଭୁଙ୍କ ଶୁଭହୁଏ କାର୍ଯ୍ୟ ll ଅଷ୍ଟମେ ବନ୍ଦନା କରେ ପ୍ରଭୁ ଧୂମ୍ରବର୍ଣ୍ଣ l
କ୍ଷୁଦ୍ର ଚକ୍ଷୁ ମହାକାୟ ପ୍ରଭୁ ଦୀର୍ଘକର୍ଣ୍ଣ ll ନବମେ ବନ୍ଦଇ ମୁହିଁ ପ୍ରଭୁ ଭାଲଚଂଦ୍ର l ଇନ୍ଦୁରବାହନ ପ୍ରଭୁ ସର୍ଵଲୋକ ବନ୍ଦ୍ୟ ll ଦଶମେ ବନ୍ଦଇ ମୁହିଁ ପ୍ରଭୁ ବିନାୟକ l
ରିଦ୍ଧି ସିଦ୍ଧି ପତି ଶୁଭ ବୁଦ୍ଧି ପ୍ରଦାୟକ ll ଏକାଦଶେ ବନ୍ଦିଲି ମୁଁ ପ୍ରଭୁ, ଗଣପତି l ଦୟାବନ୍ତ କଟାକ୍ଷରେ ଅଜ୍ଞାନନାଶନ୍ତି ll ଦ୍ବାଦଶେ ବନ୍ଦଇ ମୁହିଁ ପ୍ରଭୁ ଗଜାନନ l
ସିଦ୍ଧି ପ୍ରଦାୟକ ବିଦ୍ୟାପ୍ରଦ ଭଗବାନ ll ଅବିଦ୍ୟାଅଜ୍ଞାନ ପ୍ରଭୁ ନାଶିବେ ଅଜ୍ଞର l ଦ୍ବାଦଶ ଗଣପତିଙ୍କୁ ମୋର ନମସ୍କାର ll
             🙏🙏🙏
                ଅର୍ଜୁନୀ
             --------------
ଅର୍ଜୁନୀ ଚରଣ ବେହେରା
ମୋ -7693091971


Rate this content
Log in

Similar oriya poem from Inspirational