Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Antaryami Sahu

Inspirational

3  

Antaryami Sahu

Inspirational

ଦୈନ୍ୟତା

ଦୈନ୍ୟତା

1 min
232



କି କରିବି ମୁହିଁ ଅଭାଗା କର୍ମ ଅଟେ ମୋ ମନ୍ଦ ।

କୁ_ସଙ୍ଗି ଅଧର୍ମି ପାପିଷ୍ଠ ମୁହିଁ ଆହେ ଗୋବିନ୍ଦ ॥

ଦୁରାଚାର ଅତି ଦୁର୍ମୁଖ ପାପୀ ମଧ୍ୟରେ ଗଣା ।

ଖଳ ମନ୍ଦବୁଦ୍ଧି କୁ_ସଙ୍ଗି ମୋର ନାହିଁ କଳନା ।।

କାମିନୀ-କାଞ୍ଚନ ମୋହରେ ପଡ଼େ ମୁଁ ନିରନ୍ତରେ ।

ସାଧୁ ସତସଙ୍ଗ ଛାଡ଼ିଣ ପଶେ ଯୁଆ ଖେଳରେ ॥

ମୁଖରେ ନଆସେ ଶ୍ରୀହରି ନାମ ଗୁଣ-କୀର୍ତ୍ତନ ।

ଦିନୁ ଦିନ ତନୁ ଆୟୁଷ ମୋର ହୁଅଇ କ୍ଷୀଣ ॥

ବିଷୟା ଜଞ୍ଜାଳେ ଘାଣ୍ଟିଣ ନିତ୍ୟ ହେଉଛି ମୁହିଁ ।

ଦାରା-ସୁତ-ବିତ୍ତ ପ୍ରେମରେ ଦିନ ନେଉଛି ବାହି ॥

ଧର୍ମ-କର୍ମ ସେବା କୀର୍ତ୍ତନ ତୁମ ନାମ ଅମୃତ ।

ହୃଦୟ ଭିତରେ କଦାପି ନୁହେଁ ଉଦଭାସିତ ॥

ଯୋଗୀ -ଭୋଗୀ ଦେଖି ମନରେ ଦୟାଭାବ ନଆସେ

ଏତିକି ନିଷ୍ଠୁର କାହିଁକି କଲ ହେ ଜଗଦୀଶେ।।

ଅପରାଧ କରିଅଛି ହେ ସ୍ଵାମୀ ତୁମ୍ଭ ପୟରେ ।

କ୍ଷମାନିଧି ଗୁଣେ କ୍ଷମହେ ପ୍ରଭୁ ମୋଦୋଷ ବାରେ ॥

ଶରଣ ପଶୁଛି ଶ୍ରୀପାଦେ ପ୍ରଭୁ ଦିଅ ଶରଣ ।

କ୍ଷମାକର ଦୋଷ ଶ୍ରୀହରି ପଦେ ଗଲି ଶରଣ ॥



Rate this content
Log in