Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

2  

Sadananda Sahoo

Inspirational

ଦାୟିତ୍ୱ

ଦାୟିତ୍ୱ

1 min
22



ଦାୟିତ୍ୱ କର୍ତ୍ତବ୍ୟ ଭିନ୍ନ ଶବ୍ଦ ମାତ୍ର 

     ପରସ୍ପର ଅଙ୍ଗାଅଙ୍ଗୀ , 

ଦାୟିତ୍ୱ ଶବ୍ଦଟି ପରିଚିତ ଅତି 

    କର୍ତ୍ତବ୍ୟ ପରାଣ ସଙ୍ଗୀ ॥ 


ସାମାଜିକତାର ଭାବନା ଦୁଆର 

    ଦାୟିତ୍ୱ କର୍ତ୍ତବ୍ୟ ବୋଧ , 

ସଂସାରି ମଣିଷ ଦାୟିତ୍ୱର ମିତ 

    କରଇ ସଂଘର୍ଷ ଯୁଦ୍ଧ ॥ 


ସାମାଜିକ ବୋଧ ହୁଏ ପ୍ରକଟିତ 

   ଦାୟିତ୍ୱ ସର୍ବତ୍ର ପ୍ରୀତ ,

ଜ୍ୟେଷ୍ଠ ବୟୋଜେଷ୍ଠ ପାଳନ୍ତି ଦାୟିତ୍ୱ 

    ସଂସାର ବନ୍ଧନ ଛବି , 

ପ୍ରତି ପୋଷଣରେ ସଂସାରିଟା ହସେ 

    ମହାପ୍ରାଣ  ଅନୁଭବି ॥ 


ବିଦ୍ୟାର୍ଥୀ ଦାୟିତ୍ୱ ଵିଦ୍ୟା ଆରୋହଣ 

     ବିଦ୍ୟାରତ୍ନ ଉପାର୍ଜନ , 

ସବୁରି ଦାୟିତ୍ୱ ଏକ ଲକ୍ଷ୍ୟ ଜାଣ 

    ସ୍ୱରୂପ ତା' ଭିନ୍ନଭିନ୍ନ ॥ 


ରାଜା ଠାରୁ ପ୍ରଜା ଦାୟିତ୍ୱ ସଦିଚ୍ଛା 

     ପାଳନର ଅନୁକର୍ତ୍ତା , 

ରାଜପତ୍ର ଚିତ୍ର  ହୁଏ ଉଦ୍ଭାସିତ 

     ସାଧାରଣ ପ୍ରସାଶନେ , 

ନାଗରିକ ପାଳେ ସମାଜର କୋଳେ 

    ଦାୟିତ୍ୱ ଜନ ଜୀବନେ ॥


ଭାବର ଆବେଗ ଦାୟିତ୍ୱ ସରାଗ 

     ଫୁଟିଉଠୁ ଜନମୁଖେ , 

ସର୍ବେ ନିଜନିଜ ପାଳନ୍ତୁ ଦାୟିତ୍ୱ 

     ହସିବ ସମାଜ ସୁଖେ ॥ 


ସାମାଜିକ ସେବା ସଭିଏଁ କରିବା 

    ଦୁଃଖିରଙ୍କି ଅାମ ବନ୍ଧୁ , 

ହସି ହସାଇବା ଦାୟିତ୍ୱ ପାଳିବା 

    ପାର ହେବା ସପ୍ତ ସିନ୍ଧୁ ॥ 


ସଚେତନ ଧର୍ମୀ ଆମେ ମହକର୍ମୀ 

     ସାମଜର ସୂତ୍ରଧର , 

ଦାୟିତ୍ୱବୋଧର ଦେଵା ପରିଚୟ 

     ହସିବ ସାରା ସଂସାର ॥


Rate this content
Log in

Similar oriya poem from Inspirational