STORYMIRROR

subrat kumar jena

Inspirational

2  

subrat kumar jena

Inspirational

ଦାୟିତ୍ୱ

ଦାୟିତ୍ୱ

1 min
227

ଦିନେ ଗାଁ ମୁଣ୍ଡର ବୁଢା ବରଗଛର ହେଲା ମୃତ୍ୟୁ ,

ନାଁ କେହି କାନ୍ଦିଲେ ନାଁ କେହି ଆଲୋଚନା କଲେ,

ବରଂ ପ୍ରତିଯୋଗିତା ଆରମ୍ଭ ହେଲା ନିଜ ଭିତରେ,

ନିଜର ନିଜର ଅଧିକାରପଣିଆ ଦେଖାଇବାକୁ ଜୋରକରି ।

ହେଲେ କୋଉ ସେ ନଟ ମଉସା ଅଛିଯେ,

ପାକୁଆ ପାଟିରେ ବର ବର ହୋଇ ଧାଇଁ ଆସିବ,

ବୁଢା ବୟସରେ ତର ତର ହୋଇ ଆସିଥିବାରୁ ,

ଲଥ କରି ଗଛ ମୂଳରେ ଘଡ଼ିଏ ବସିପଡିବ ।

କିଏ କେତେ କାଠ ନେବ ସେଥି ପାଇଁ ଟଣାଓଟରା ,

କିଏ ଭାର ବାହୁଙ୍ଗିରେ ତ କିଏ ଟ୍ରଲିରେ ବୁହାଇ,

ବେଶ କିଛି ସମୟ କୁସ୍ତି କସରତ ଚାଲିଲା,

ବୁଢା ଗଛଟାର ଶରୀରକୁ ଖିନ ଭିନ କରିବାକୁ ।

ସବୁକିଛି ସରିଗଲା ପରେ ଖାଁ ଖାଁ ଗାଁ ମୁଣ୍ଡ ଛକ,

ସୁମିତ୍ରା ମା ଆସି ଗଡାଇ ଚାଲିଛି ଲୁହର ଧାର,

ସେ ପୂଜୁଥିବା ଗଛଟା ଆଜି ସର୍ଵମୁଁହରେ ସ୍ୱହା ,

ତା ମୂଳର ଠାକୁରଠାକୁରାଣୀ ଆଜି ରାସ୍ତାକଡ଼ରେ ଫୁଙ୍ଗୁଳା ।

ସମସ୍ତେ ଆଜି ନିଜ ନିଜ ଘରରେ ବିଶ୍ରାମରତ ,

ଝାଉଁ ଝାଉଁକା ଖରାର ପ୍ରକୋପ ବଢ଼ିବାରେ ବ୍ୟସ୍ତ,

ହେଲେ ଅଶ୍ୱସ୍ଥ ଗଛଟା ନୀରବରେ ଏକା ଦଣ୍ଡାୟମାନ,

ନିଜ ସାଥି ଗଛକୁ ଅଦିନରେ ନିଜଠାରୁ ବିଦାୟ ଦେଇ ।

ନଟ ମଉସା ର ଆତ୍ମାଟା ଉପରେ ଭାରି କାଉଲ ବାଉଲ,

କଣ କରିପାରିବ ସେ ନିଜ ଦାୟିତ୍ୱକୁ ନେଇ,

ତାର ଆଉ କୋଉ କାହାପରେ ଜୋର ଆଛିଯେ,

ସମସ୍ତେ ପରା ନିଜ ହାତରେ ଚାଖଣ୍ଡ ଦାୟିତ୍ୱକୁ ଫୁର କରିବାକୁ ।

ଦାୟିତ୍ୱଟା ଯେବେ ନିଜର କବର ନିଜ ହାତରେ ଦେଇଦିଏ,

ଶବ ବୋହିବା କଥା କିଏ କାହାକୁ ପଚାରେ,

ବିଶ୍ୱାସ ସେବା ଦାନ ପରୋପକାରର ଜୁଇ ଏଠି ନିତି ଜଳେ,

ସେଦିନରୁ ଗାଁ ମୁଣ୍ଡ ଆଜିଯାଏ ଶ୍ରୀହୀନ ଶ୍ରୀହୀନ ଲାଗେ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational