ଦାନ
ଦାନ
ଦାନ ପୂଣ୍ୟ ଭଳି ମହନୀୟ କାମ ଏ ସଂସାରେ ଆଉ ନାଇଁ ଏହାର ମହତ୍ୱ ହୃଦୟେ ହେଜି କି ଦାନ କର ଅନ୍ୟ ପାଇଁ..
ଗର୍ବ ଅହଂକାର ପରିହାର କରି କରେ ଯେ ଦୁଖୀଙ୍କୁ ଦାନ ସବୁରି କଲ୍ୟାଣ ଲଭି ସେଇ ବ୍ୟକ୍ତି ସାଉଁଟେ କେତେ ସମ୍ମାନ ।
ହେଉ ଅଙ୍ଗଦାନ ଅବା ଚକ୍ଷୁଦାନ ସବୁ ତ ମହତ ଦାନ ରକ୍ତଦାନ କରି ଜୀବନ ବଞ୍ଚାଅ ଶିକ୍ଷାଦାନେ ଦିଅ ମନ ।
ଅପାତ୍ରରେ ଦାନ ଦିଅ ନାହିଁ କେବେ ସେ ଦାନେ ମହତ ନାଇଁ ତୃଷାର୍ତ୍ତ ଲୋକଙ୍କୁ ଜଳଦାନ କରି ଧର୍ମ ଅର୍ଜ ନିଜ ପାଇଁ ।
ଭୋକିଲା ପେଟକୁ ଭୋଜନ ବ୍ୟବସ୍ଥା ଅଟଇ ମହାନ କାମ ନିର୍ମଳ ହୃଦୟେ ଦାନ ଧର୍ମ କରି ଅର୍ଜନ କର ସୁନାମ ।
