STORYMIRROR

Sambit Srikumar

Classics Inspirational Others

3  

Sambit Srikumar

Classics Inspirational Others

ଦାନ ମାଝୀ

ଦାନ ମାଝୀ

1 min
256


ଆମ ବିଧି ବ୍ୟବସ୍ଥାର ବିସଙ୍ଗତି 

ଅବା ପ୍ରଶାସନିକ ଅବହେଳାର

ଚରମ ପରିଣତିର ଫଳସ୍ୱରୂପ

ଜନ୍ମ ନିଅନ୍ତି ଅନେକ ଦାନ ମାଝୀ

ତହିଁରୁ କିଛି ଆସନ୍ତି ଲୋକ ଲୋଚନକୁ

ଗଣମାଧ୍ୟମର ଦର୍ଶକ ଆଦୃତି ପ୍ରତିସ୍ପର୍ଦ୍ଧାରେ

ଅବା କତିପୟଙ୍କ ବ୍ଯକ୍ତିଗତ ପ୍ରସିଦ୍ଧିର 

ଅମୁହାଁ ଘୋଡ଼ା ଦୌଡ଼ରେ

ଆଉ କେତେକ ସେମିତି ସଢୁଥାନ୍ତି

କେଉଁ ଅପହଞ୍ଚ ଅପନ୍ତରା ଇଲାକାରେ

ଆଲୋକରୁ ବଞ୍ଚିତ ଅନ୍ଧାରୀ ମୂଲକରେ

ସହୃଦୟଙ୍କ ଶୁଭ ଦୃଷ୍ଟିର ଆଢୁଆଳରେ!! 


ଦାନ ମାଝୀ ତ ମଣିଷ ନୁହେଁ 

କେବଳ ପ୍ରତୀକଟିଏ ମାତ୍ର 

ଦାରୁଣ ଦୁଃସହ୍ଯ ଯନ୍ତ୍ରଣା ବୋଧର 

ସରକାରୀ କଳର ଉଦାସୀନତାର

ଶତାବ୍ଦୀ ବ୍ଯାପି ପୁଞ୍ଜିଭୂତ କ୍ରୋଧର

ଦୁର୍ନୀତି ପ୍ରୀୟାପ୍ରୀତି ପକ୍ଷପାତିତାର

ଶୋଷଣ କଷଣ ଅତ୍ୟାଚାରର

ହାତ ଚିକ୍କଣ ରାଜନୀତିର!! 


ସିଏ ତ ପ୍ରତିନିଧିଟିଏ ଚିର ପୀଡିତ 

ଲାଞ୍ଛିତ ଶୋଷିତ ନିଷ୍ପେଷିତ ବର୍ଗର

ସବୁଥିରୁ ବଞ୍ଚିତ ହୋଇବି 

ଏଇ ଦୁନିଆ ବୁକୁରେ ବଞ୍ଚିବାକୁ 

ଅଣ୍ଟା ଭିଡ଼ି ବାଟ ଚାଲୁଥିବା 

ଖଟିଖିଆ ମେହନତି ମଣିଷର

କର୍ମ ହିଁ ଈଶ୍ବର ତାହାର 

ଆପଣା କର୍ମରେ ଜୀଉଁଥାଏ 

ବୋହି ବୋଝ ଏଇ ଜୀବନର 

ସହି ତମାମ ନିଷ୍ଠୁର ପ୍ରହାର!! 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics