STORYMIRROR

Bharatabandhu Biswal

Abstract Inspirational Others

4  

Bharatabandhu Biswal

Abstract Inspirational Others

ଦାଗ ଦିଶେ ସମୁଜ୍ଜ୍ୱଳ

ଦାଗ ଦିଶେ ସମୁଜ୍ଜ୍ୱଳ

1 min
256


ସବୁଜ ସ୍ବପନେ ତଲ୍ଲୀନ ସୁନାମ

ଦିଲ୍ଲୀପ ଶ୍ରୀଚନ୍ଦନ 

ଖୋରଧା ମାଟିର ଉଜ୍ଜ୍ବଳ ନକ୍ଷତ୍ର

ସ୍ବାଗତ ଅଭିନନ୍ଦନ ।


ମହା ବିଦ୍ୟାଳୟେ ହୋଇ ଅଧ୍ଯାପକ 

ଅଧ୍ଯକ୍ଷ ପଦ ଆସୀନ

ଶିକ୍ଷା ସେବା ରତେ ହୋଇ ବିଧାୟକ

ଜିଣିଅଛ ନିର୍ବାଚନ ।


ପରିବେଶ ରକ୍ଷା ମହତ ଉଦ୍ଦେଶ୍ଯେ

ରହି ସଦା ସଚେତନ

କୋଡିଏ ଲକ୍ଷରୁ ଅଧିକ ସଂଖ୍ୟକ 

କରିଛ ବୃକ୍ଷରୋପଣ ।


ଚାଳିଶି ଦେଶର ସମଭାବାପନ୍ନ 

ପ୍ରତିନିଧି ସମନ୍ବୟେ 

ଗଢିଛ ପ୍ରେରଣା ସବୁଜ ସେନାନୀ

ରହିଛ ପୁରୋଧା ଭାବେ ।


ନିମ୍ବ ଶାଳ ଫାସି ଧଉରା ଅସନ

ଶିମିଳି ମହି ଗମ୍ଭାରି

କଂସ କାଳଚୁଆ ପାଳଧୂଆ ଆଦି 

ବୃକ୍ଷ ଆରୋପଣ କରି ।


କରିଅଛ ସାଧୁ ଉଦ୍ୟମ ପ୍ରୟାସ

ଦୁଶ୍ଚିନ୍ତା ହୋଇଛି ଦୂର

ରଥ ଓ ବିଗ୍ରହ ନିର୍ମାଣ ସୁଗମ

ଅଭାବ ହୋଇବ ଦୂର ।


ଅନନ୍ଯ ପ୍ରତିଭା କୃତିତ୍ବ ନିମନ୍ତେ

ହୋଇଅଛ ସମ୍ମାନିତ 

ଭାରତର ଗଛ ପୁରୁଷ ସ୍ବରୂପେ

ହେଉଅଛ ସୁବିଦିତ ।


ରଚିଅଛ ବହୁ ସାରସ୍ବତ କୃତି

କବିତା ଗଳ୍ପ ପ୍ରବନ୍ଧ 

ଅରଣ୍ୟ କାହାଣୀ ନାଟ୍ଯ ଉପନ୍ୟାସ 

ଗବେଷଣା ସୁନିବନ୍ଧ ।


ନିରବଚ୍ଛିନ୍ନରେ ଚାଳିଶି ବରଷ 

ସାଧନା ଅସାଧାରଣ 

ଦେଶ ଜାତି ଲାଗି ଅରଜିଛ ଯଶ

ଅଭିନବ କୀର୍ତ୍ତିମାନ ।


ପାରିନି ଶ୍ରାବଣ ରକତକୁ ଧୋଇ 

ଖୋର୍ଧା ଦାଗ ସମୁଜ୍ଜ୍ୱଳ 

ଶତ ପ୍ରଣାମ ହେ ମାଟିର ସନ୍ତାନ 

ମୁକ୍ତିମନ୍ତ୍ର ସୂୂତ୍ରଧର ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract