STORYMIRROR

Panchanan Jena

Inspirational

4  

Panchanan Jena

Inspirational

ଦାଢ୍ୟତା ଭକ୍ତି

ଦାଢ୍ୟତା ଭକ୍ତି

2 mins
337

କଳାଠାକୁର ମୋ କଳାଠାକୁର

ମନ ଭାବନା ବିକସିତ କର ପୁଲକିତ କର

ମନ ଉଦ୍ୟାନ ପ୍ରସୁନିତ କର ପଲ୍ଲବିତ ବର

ସନ୍ମାର୍ଗ ସୁଗନ୍ଧିରେ ଜୀବନ ପଥ ମୁଖରିତ କର

କଳାଠାକୁର ମୋ -କଳା ଠାକୁର -୦


ମନ ଚେତନା ନିର୍ମଳ କର ନିର୍ଭୟ କର

ମନ ବେଦନା ନିର୍ଭିକ କର ଦାମ୍ଭିକ କର

ମନ କାମନା ଜାଗ୍ରତ କର ମଙ୍ଗଳ କର

ମନ କଳ୍ପନା ସରସ କର ସୁନ୍ଦର କର

କଣ୍ଟକିତ ପଥ ଡେଇଁ ସତ୍ୟପଥେ କରାଅ ଅଗ୍ରସର 

କଳା ଠାକୁର ମୋ କଳା ଠାକୁର - ୧


ମନ ବାଞ୍ଛନା ପ୍ରୟାସ କର ଅଭ୍ୟାସ କର

ମନ ଉନ୍ମନା ଉଜ୍ଜଳ କର କଲ୍ଲୋଳ କର

ମନ ପ୍ରାର୍ଥନା କଲ୍ୟାଣ କର ଓଁକାର କର

ମନ ଯାଚନା ଗ୍ରହଣ କର ସହନ କର

ଦୟା କରୁଣା ପଥ ଦେଇ ସମସ୍ୟା ସମାଧାନ କର

କଳା ଠାକୁର ମୋ କଳା ଠାକୁର - ୨


ମନ ମୟୁଖ ପ୍ରଶାନ୍ତ କର ପ୍ରଫୁଲ୍ଲ କର

ମନ କେଦାର ସବୁଜ କର ରଜତ କର

ମନ ଦର୍ପଣ ଅର୍ପଣ କର ତର୍ପଣ କର

ମନ ମନ୍ଦିର କିର୍ତ୍ତନ କର ଭଜନ କର

କ୍ଷମା ଯନ୍ତ୍ରଣା ପଥ ଦେଇ ପ୍ରୟାଣ ପରିତ୍ରାଣ କର

କଳା ଠାକୁର ମୋ କଳା ଠାକୁର -୩


ମନ ରାକ୍ଷସ ସଂହାର କର ପରାସ୍ତ କର

ମନ କଳୁଷ ବିରୋଧ କର ବିଲୁପ୍ତ କର

ମନ ପୀୟୁଷ ଅମୃତ କର ଅମର କର

ମନ ଆୟୁଷ ବର୍ଦ୍ଧିତ କର ସ୍ପର୍ଦ୍ଧିତ କର

ସତ୍ୟ ଶିବ ସୁନ୍ଦର ପରମେଶ୍ବର ପଦେ ଲୟ ଧର

କଳା ଠାକୁର ମୋ କଳା ଠାକୁର - ୪


ମନ ଆୟୁଧ ଧାରଣ କର ବରଣ କର

ମନ ଜିଗୀଷା ବର୍ଜନ କର ଅର୍ଜନ କର

ମନ ତିତୀକ୍ଷା ହବନ କର ଦହନ କର

ମନ ହିଂସ୍ରତା ବନ୍ଧନ କର ଶୃଙ୍ଖଳ ବାର

ମାୟା ମରିଚିକାରୁ ମୁକୁଳେଇ ପରବ୍ରହ୍ମଧାମେ ପ୍ରେରିତ କର

କଳା ଠାକୁର ମୋ କଳା ଠାକୁର - ୫


ମନ ଅଗଣାରେ ଯୁକ୍ତ କର ଯୁଗ୍ମ କର

ମନ ଗବାନ୍ଧରେ ତତ୍ତ୍ଵ ଉର ଜ୍ଞାନ ଭର

ମନ ଚାଙ୍ଗୁଡିରେ ସ୍ନେହ ପୁର ପ୍ରେମ ପୁର

ମନ ବାଟିକାରେ ଫୁଲ କର ଫଳ କର

ତନ ମନ ଧ୍ୟାନ ଦେଇ ପ୍ରଭୁଙ୍କ ସୁମରଣା କର

କଳା ଠାକୁର ମୋ କଳା ଠାକୁର -୬


ମନ ନୟନେ କରୁଣା ଭର ବେଦନା ଝର

ମନ ତଡ଼ାଗେ କମଳ ଭର ପଙ୍କଜ ଭର

ମନ ଯାତ୍ରାରେ ସଘର୍ଷ କର ସଂଗ୍ରାମ ବର

ମନ ଗୃହରେ ସାହସ ଭର ବୀରତା ଭର

ଅଭାବ ଅନାଟନେ ବ୍ୟସ୍ତ ମନେ ଦାଢ଼୍ୟତା ଭକ୍ତି ସଂଚାର

କଳା ଠାକୁର ମୋ କଳାଠାକୁର -୭


Rate this content
Log in

Similar oriya poem from Inspirational