ଦ୍ୱିତୀୟ ଲହର
ଦ୍ୱିତୀୟ ଲହର
ଜୀବନେ ଦୁଃଖ ପୁଣି ଆସିଲା ଫେରି
କାହିଁକି କେଜାଣି ମନରେ ଦୁଃଖ ଗଲା ଭରି ।
ନା ପାରିଲି ହରସେ କାମ କରି
ଭୟରେ ଭୟରେ ଦିନ ଗଲା ସରି।
କାହିଁକି ତାର ଆସିବାର ଥିଲା
ତାହା ତାହାକୁ ଜଣା
ତା ଆସିବାର କଥା ଶୁଣି ବୁଦ୍ଧି ହୋଇଗଲା ବଣା।
କଣ ପାଇଁ ଆସିଲା ଦ୍ୱିତୀୟ ଲହର
ନିତି ଶୁଣାଏ ଦୁଃଖର ଖବର ?
ଅତି ଆପଣାର ଲୋକ ସବୁ ହୋଇଗଲେ ପର
କହରେ କାହିଁକି ଆସିଛୁ ଦ୍ୱିତୀୟ ଲହର।
