STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ସୁନା ପୁଅ ନାଚଇରେ

ଚଉପଦୀ - ସୁନା ପୁଅ ନାଚଇରେ

1 min
14K


କବି - ସାଲବେଗ


ସୁନା ପୁଅ ନାଚଇରେ

ଖାଇବ ଲବଣୀ ସର ।

ନାହିଁ ନାହିଁ ବୋଲି ଶ୍ରୀମୁଖ ହଲାଇ

କହନ୍ତି କରୁଣାକର । ୧ ।

ସୁନା ତାଟିଆରେ ଗୋଟିକା ଅଧାମ

ସାଚିନି ନବାତ କ୍ଷୀର ।

ଖାଅ ବୋଲି ମାୟେ ସରପୁଳି ନେଇ

ଦିଅନ୍ତି ରଙ୍ଗା ଅଧର । ୨ ।

ଏମନ୍ତ ସମୟେ ସର୍ବ ଗୋପୀ ଯାଇ

ମିଳିଲେ ନନ୍ଦ ମନ୍ଦିର ।

ତାହାଙ୍କୁ ଅନାଇଁ ଯଶୋଦେ ବୋଲନ୍ତି

କୃଷ୍ଣ ମୋ ବଡ଼ ସୁନ୍ଦର । ୩ ।

ଗୋପୀଏ ବୋଲନ୍ତି ନାଟୁଆ ବାଇରେ

ଚରଣ ଦେଖାଅ ତୋର ।

ଖାଅ ସରପୁଳି ବୁଲାଇ ଆଣିବ

ସର୍ବଗୋପୀଙ୍କର ଘର । ୪ ।

ଯଶୋଦା ବୋଲନ୍ତି ଶୁଣ ଲୋ ଯୁବତୀ

କାହ୍ନୁ ନାଗରଙ୍କ ବର ।

କହେ ସାଲବେଗ କୃଷ୍ଣରେ ଶରଣ

ପାଦକୁ ପାଦ ଅନ୍ତର । ୫ ।


Rate this content
Log in

Similar oriya poem from Classics