ଚଉପଦୀ - ରାଧେ ଗୋ ହସ୍ତରେ ଦୟେଣ
ଚଉପଦୀ - ରାଧେ ଗୋ ହସ୍ତରେ ଦୟେଣ
କବି -ବଲରାମ ଦାସ
ରାଧେ ଗୋ
ହସ୍ତରେ ଦୟେଣ
ମୁଣ୍ଡରେ ଅୟେଣ
କାନ୍ଧରେ ପତନ ଶାଢ଼ି ।
ସର୍ବ ସଖି ଘେନି
ଚଳେ ଚନ୍ଦ୍ରାବଳୀ
ଯେସନେ ସିନ୍ଧୁ ଦୁଲାଳୀ ଗୋ ।
ରାଧେ ତୁ ଯମୁନା
ନ ଯା ଗାଧୋଇ ।
ଯମୁନାର ପାଣି
ବାସଂଷ ହୋଇଛି
ଘାଟ ନେଉଛି ମାଧୋଇ ଯେ ।
ନାକେ ନାକଚଣା
ଗୋଡ଼ରେ ପାହୁଡ଼
ହସ୍ତରେ ସୁବର୍ଣ୍ଣ ବାହି ।
ଡାଳିମ୍ବା ନେତକୁ
ଉଠାଣି ବୟେସ
ନେଉଟି ନ ଚାହୁଂ ରାହି ଗୋ ।
ଆଜର ସ୍ନାହାନ
କୃପ ଜଳେ ସାର
ଯମୁନା ନ କର ଆଶ ।
ଘଟ ଦାନ ଦେଲେ
ସୁଖେ ଗାଧୋଇବ
ଭଣେ ବଳରାମ ଦାସ ଗୋ ।
