STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ପ୍ରାଣସଙ୍ଗିନୀ ମୋ ଗୁଣମଣି

ଚଉପଦୀ - ପ୍ରାଣସଙ୍ଗିନୀ ମୋ ଗୁଣମଣି

1 min
13.5K


କବି -ଅଜ୍ଞାତ

ବୃତ୍ତ - ଶିରୋମଣି ଆନନମଣି ବୃତ୍ତେ


ପ୍ରାଣସଙ୍ଗିନୀ ମୋ ଗୁଣମଣି

ନ ସରଇ ଗୁଣ ଗୁଣି ରେ । ଘୋଷା ।

ମୋ ହୃଦ ଶୋଭିନୀ ଆନନ୍ଦ ଦାୟିନୀ

ଦୁଃଖ ନିଶି ନିଶାମଣି ରେ ।

ତୋ ବିନା ସଂସାର ଦିଶେ ନାରଖାର

ଜୀବନ ଅସାର ମଣି ରେ । ୧ ।

ମୋ ନୟନାନନ୍ଦ ରମ୍ୟ ଅରବିନ୍ଦ

ଗୃହ ସରସୀ ଶୋଭିନୀ ରେ ।

ରମଣି ନନ୍ଦନ କାନନେ ସୁମନ

ପାରିଜାତ ସମ ଗଣି ରେ । ୨ ।

ଛଣା ସୁଧାପଣା ସମ ମନକିଣା

ମଣଇ ତୋ ମୃଦୁବାଣୀ ରେ ।

ଥିଲେ ତୋ ପାଶରେ ତୁଛେ ସୁରପୁର

ନ ଶୁଣଇ ବୀଣାପାଣି ରେ । ୩ ।

ଦରହାସ ମୁଖ ସୁଧାଂଶୁ ମୟୁଖ

ମନ ରଖିଥାଏ ଟାଣି ରେ ।

ସଂସାରେ ଭ୍ରମିଲେ ନ ଭୁଲାଇ ତିଳେ

ଧ୍ରୁବତାରା ଶିରୋମଣି ରେ । ୪ ।

ପୋଡ଼ି ଫାଟି ମୋର ହୃଦ ନାରଖାର

ଲାଜେ ଦେଇଛି ଢାଙ୍କୁଣୀ ରେ ।

ନ ଭୁଲଇ ମନ ଯେତେ କଲେ ଆନ

ମୋ କର ପ୍ରୀତି ସାରେଣି ରେ । ୫ ।

ମୋ ସୁନ୍ଦର ଗଳା ଗଉରବ ମାଳା

ନ ଛିଣ୍ଡିବୁ ବୋଲି ଜାଣି ରେ ।

ସୁଦାମେ ଗୁନ୍ଥିଲି ତେବେ ହରାଇଲି

ଖୋଜି ବୁଲଇ ଧରଣୀ ରେ । ୬ ।



Rate this content
Log in

Similar oriya poem from Classics