STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - ମୁହାଁମୁହିଁ କିଶୋର

ଚଉପଦୀ - ମୁହାଁମୁହିଁ କିଶୋର

1 min
13.8K


କବି ଗୋପାଳକୃଷ୍ଣ ପଟ୍ଟନାୟକ


ମୁହାଁମୁହିଁ କିଶୋର

ଚନ୍ଦ୍ରମାଙ୍କର ମୋର

ଆଜ ଯମୁନା ତୀରେ

ହୋଇଗଲା ମା । ଘୋଷା ।

ବେଳା ଶିଳାରେ ବସି

ହେଳାରେ ତନୁ ଘଷି

ହେଉଥିଲି ବୟସୀ

ଠାରିଦେଲା ମା ।

ଉଠୁଁ ମୁଁ ଝଟକରି

ଆଳୀ ଆପଟ କରି

ପ୍ରତି ପ୍ରତୀକ ଯାକ

ଥରାଇଲା ମା ।

ବୁଡ଼ିଗଲି ଲାଜରେ

କାଳିନ୍ଦୀ ତୀର ନୀରେ

ଗୋପାଳକୃଷ୍ଣ ବାଟ

କଢ଼ାଇଲା ମା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics