ଚଉପଦୀ - ମନାକଲି ପରା ତୋତେ
ଚଉପଦୀ - ମନାକଲି ପରା ତୋତେ
କବି - ଉପେନ୍ଦ୍ର ଭଞ୍ଜ
ରାଗ -ପରଳ ତାଳ - ଏକତାଳି
ସଙ୍ଗାତ ମନା କଲି ପରା ତୋତେ ।
ନ ଅନାଅ ସୁନାବରନା ବୋଲନ୍ତେ
ଘୃଣା କଲୁ ପରା ମୋତେ । ପଦ ।
ପର କି ମୁଁ ତୋର ତରକିଲୁ ଗିର
ପରଖ ଏବେ ତୁ ଚିତ୍ତେ ।
ତୁଚ୍ଛାକୁ ତୁ ଉତ୍ସା ହେବାରୁ ତୋ ଇଚ୍ଛା
ସୁଖେ ଲୁହପୋଛା ଏତେ । ୧ ।
ପରମାଦ ମଞ୍ଜି ପୋତିଦେଇ ଗଞ୍ଜ
ଖଞ୍ଜିଲୁ ତୁ ଆଶାଫଳେ ।
ରଙ୍କୁଈକ୍ଷଣୀ ନ ଅଙ୍କୁରିଲାକ୍ଷଣି
କିପାଁ ତାଙ୍କ ମୁଖ ତଳେ । ୨ ।
ଘନସ୍ତନୀ ପାଞ୍ଚ କରିଥିଲୁ ଆଶା
ନ ଲାଗିବ ବୋଲି ଦୃଢ଼େ ।
ଚତୁରୀ ଆତୁରୀ ନ ରହେ ଚାତୁରୀ
ବଚନ କ୍ତୁରୀ ଦାଢ଼େ । ୩ ।
ଏ ଗୋପକଟକ ଟିକାଟେ ପାଟକ
ଜାଣି କି ଅଟକ ଥାଇ ।
ହଜାଇଲୁ ମତି ମଜ୍ଜାଇଲୁ ଶୀତି
ହେଜ ଉପଇନ୍ଦ୍ର କହି । ୪ ।
