STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କଳାବତୀ ଖଞ୍ଜନାକ୍ଷି

ଚଉପଦୀ - କଳାବତୀ ଖଞ୍ଜନାକ୍ଷି

1 min
13.3K


କବି -ବନମାଳୀ ଦାସ

ରାଗ - ଜୟନ୍ତ, ତାଳ- ଝୁଲା


କଳାବତୀ ଖଞ୍ଜନାକ୍ଷି ଗୁରୁନିତମ୍ବିନୀ ।

ଘନକେଶୀ ଊରୁଶୋଭୀ ଚମ୍ପକବରନୀ ।

ଛାନ୍ଦପଠିନୀ ରେ । ୧ ।

ଜଳଜବାସିନୀ ଝୀନବସନୀ ନବୀନା ।

ଟେକସ୍ତନା ଠଣମୁଖୀ ଡାଳିମ୍ବଦଶନା ।

ଢଗବଚନା ରେ । ୨ ।

ଅରୁଣାଧରୀ ତରୁଣୀମଣି ଥିରଗତି ।

ଦରହାସୀ ଧୀରାହୀରା ନବରସବତୀ ।

ପ୍ରୀତି ମୂରତିରେ । ୩ ।

ଫୁଲକୋମଳା ବିବିଧବିଳାସମଣ୍ଡନା ।

ଭାବମୟୀ ମୋତିଦନ୍ତୀ ଯତିଧୈର୍ଯ୍ୟଘେନା ।

ରସବର୍ଦ୍ଧନାରେ । ୪ ।

ଲାବଣ୍ୟନିଧି ବିଚିତ୍ରବେଶମନୋହରା ।

ଶଚୀପତିଶିରୀଦାୟୀ ସ୍ମରଦର୍ପହରା ।

ସିଦ୍ଧିପସରାରେ । ୫ ।

ହାସମଞ୍ଜୁଳା ହୃଦୟାତାପଧ୍ୱଂସକରା ।

କ୍ଷଣଦାକାନ୍ତି ତୁ ବନମାଳୀ ଦିନସ୍ମରା ।

କ୍ଷମାନିଧାନୀ ରେ । ୬ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics