STORYMIRROR

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

2  

ପ୍ରାଚୀନ ଓଡ଼ିଆ କାବ୍ୟ କବିତା

Classics

ଚଉପଦୀ - କି ଶୁଣିଲି ଆଜ ନୂଆ କରି

ଚଉପଦୀ - କି ଶୁଣିଲି ଆଜ ନୂଆ କରି

1 min
13.8K


କବି - ଗୋପାଳକୃଷ୍ଣ ପଟ୍ଟନାୟକ

ତାଳ ଆଠତାଳି, ରାଗ ଶୋକ କାମୋଦୀ


କି ଶୁଣିଲି ଆଜ ନୂଆ କରି

ସତଟିକି କହ ସହଚରୀ

ତୁ ପୁଣି କିଶୋରମଣିଙ୍କି ବିଲୋକି

ମଥା ପୋତି ଗଲୁ ଅପସରି । ଘୋଷା ।

ସ୍ମରଣା କରୁଛି ଅଦୃଷ୍ଟକୁ

ଯାହା ମୂରତିକି ଦେଖିବାକୁ

ଯୋଡ଼ିଏ ନୟନ ଦେଲୁ ବୋଲି କେତେ

ନିନ୍ଦା କରୁଥାଉ ବିଧାତାକୁ । ୧ ।

କ୍ଷଣେ ନ ମୂରୁଛି ଚିତ୍ରପଟ

ବନକୁ ଯିବା ଆସିବା ବାଟ

ଜଗି ବସିଥାଉ ଶିଖଣ୍ଡ ମୁକୁଟ

ଭେଟକୁ କେ କଲା ଏତେ କୂଟ । ୨ ।

ନିରେଖି ନଭରେ ନୀରଦକୁ

ପୁଲକାଇ ଦେଇ ଶ୍ରୀଅଙ୍ଗକୁ

ଯା ତନୁକାନ୍ତିକି ଲକ୍ଷ୍ୟ ବୋଲି ପକ୍ଷ

ଲୋଡ଼ୁଥାଉ ପରିରମ୍ଭଣକୁ । ୩ ।

ଗୋବର୍ଦ୍ଧନ ଶିଖରିରେ ରହି

ଗୋଷ୍ଠେନ୍ଦ୍ର ସୁତ ପଥକୁ ଚାହିଁ

ଦିନ ଦ୍ୱିଯାମରେ ଦ୍ୟୁମଣି ଶିଳାରେ

ଉଭା ହେବା ଲୋଭ ଗଲା ନାହିଁ । ୪ ।

ଭାଷନ୍ତି ଶ୍ରୀମତୀ ହସି ଧୀରେ

ଗୁରୁଜନ ଥିଲେ ପୁରତରେ

ଗୋପାଳକୃଷ୍ଣ କହଇ ଠାରି କୃଷ୍ଣ

ଜଗିଛନ୍ତି ପୁଷ୍ପବାଟିକାରେ । ୫ ।


Rate this content
Log in

Similar oriya poem from Classics