Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-97

ଚଉପଦୀ ଧର୍ମୀୟ-97

1 min
226


ଚଉପଦୀ

ଭାଗ (97)

ରାଗ – ଖମ୍ବାଜ - ଝୁଲା

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଜଗତ କରତା ନାଥ ମିଛେ ହରି ବୋଲାଇଛ

ଅନ୍ତରେ କପଟ ରଖି କ୍ଷିତିରେ ଦାତା ହୋଇଛ (ପଦ)

ଦେଲ ଯାହା ନେଲ ତାହା - ନ ଜାଣ କି ଚଉବାହା !

ଏଥକୁ ଭାର୍ଗବୀନାହା, ପତାକା ଯା ଉଡାଇଛ (1)

ବଳୀରାଜା ଦାନକାଳେ - ତାକୁ ଚାପିଲ ପାତାଳେ

ଗୋପେ ସୁଦାମାକୁ ବଳେ ଅଇଶ୍ୱର୍ଯ୍ୟ ଦିଆଇଛ (2)

ଗୋପୀଙ୍କ ବସ୍ତ୍ର ଗୋକୁଳେ - ଚୋରିକଲ ଆବହେଳେ

ଦ୍ରୌପଦୀ ଆତଙ୍କ କାଳେ, କୋଟିବସ୍ତ୍ର ଦିଆଇଛ(3)

ଶୁକ୍ର ମନ୍ତ୍ରୀ ନେତ୍ରେ କୁଶ - ମାରି ଲଭିବାର ଯଶ

ଧୂଳି ଖେଳେ ପୀତବାସ, ଅନ୍ଧେ ଲୋଚନ ଦେଇଛ (4)

କଂସର ଯେ କୁବଳୟା – ତା’ ଠାରେ କରିଣ ମାୟା

ଗଜକୁ କରିଣ ଦୟା, ଚକ୍ରେ କୁମ୍ଭୀର ହାଣିଛ (5)

ହୃଦୟ ବଡ କଠିନ - କମଠ ପୃଷ୍ଠରୁ ଟାଣ

ବଳଦେବକୁ କଷଣ, ଭୂଜତିଳେ ରୁହାଇଛ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics