STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-85

ଚଉପଦୀ ଧର୍ମୀୟ-85

1 min
132

ଚଉପଦୀ

ଭାଗ (85)

ରାଗ - ତୋଡି - ରୂପକ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଚନ୍ଦନ - ଗନ୍ଧବହ ବହିଲା ରେ (ପଦ)

କିଂଶୁକ ସୂନଚୟ ଜ୍ୱଳିତ ଧନଞ୍ଜୟ

ବିପ୍ରଯୋଗୀ ହୃଦୟ ଦହିଲା ରେ(1)

ଚୂତ ମୁକୁଳିତର - ଜନିରେ ତର୍ଜି ସ୍ମର

କାହାର ଭୟଙ୍କର ନୋହିଲା ରେ (2)

ବିରହୀକୁଳ କଳ କଳ କରି କବଳ

କରିବ କି କୋକିଳ କହିଲା ରେ (3)

ନବମାଳିମଞ୍ଜରୀ ନବ ପ୍ରସୂନ ଶିରି

ମିତ, ତୋ ସ୍ମିତପରି ମୋହିଲା ରେ (4)

ହୁଙ୍କାର ମାତ୍ରେ ଦାବ ଦେଇ ମଦରେ ଲମ୍ବ

ତୋ ସ୍ନେହୁ ମୋ ଗରବ ସରିଲା ରେ (5)

ଅଷ୍ଟଦୁର୍ଗେଶ ଭାଷେ ଶ୍ୟାମବାଣୀ ବିଳାସେ

ହସି ରସିଲେ ବ୍ରଜମହିଳା ରେ (6)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics