STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-84

ଚଉପଦୀ ଧର୍ମୀୟ-84

1 min
336

ଚଉପଦୀ

ଭାଗ (84)

ରାଗ - ଧନାଶ୍ରୀ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)


ଘେନ ଘେନ ମନ ଘନସମ ଶ୍ୟାମଳିଆକୁ,

ପିଲାଟି ଦିନୁ ପୂତନା ପ୍ରାଣ କବଳିଆକୁ (ପଦ)

ବରଙ୍କୁ ଗୋପୀଙ୍କର ମକରକୁଣ୍ଡଳିଆକୁ,

ଅଖଣ୍ଡଚନ୍ଦ୍ର, ସୁନ୍ଦର ମୁଖମଣ୍ଡଳିଆକୁ (1)

ମଦଗଜମନକୁ କଦମ୍ବମୂଳିଆକୁ,

ମଖଶାଳାଭିଖାରୀକୁ ଶିଖଣ୍ଡଚୂଳିଆକୁ (2)

ସମୁଦ୍ରକୁ କରୁଣାର ଯମୂନାକୂଳିଆକୁ,

ଗୀତ ନଟ ଲମ୍ପଟକୁ ପୀତଦୁକୂଳିଆକୁ (3)

ବଲ୍ଲବେନ୍ଦ୍ରନନ୍ଦନକୁ ପଲ୍ଲବମାଳିଆକୁ,

ଭଜେ କବିରବି ତାହାଙ୍କର ପା’ ତଳିଆକୁ (4)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics