STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-60

ଚଉପଦୀ ଧର୍ମୀୟ-60

1 min
319

ଚଉପଦୀ

ଭାଗ - 60

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କି ନ କରେ ପ୍ରେମରୀତି ରେ, ସଜନି

ସେ ଶ୍ୟାମ ଅନୁସରଣେ ସଖି

ମୋର ହେଉଛି ଯେତେ ଅନୀତି ରେ (ଘୋଷା)

ଶିରୀଷ କୁସୁମ ତାଡନରେ ସହୀ ମେଳେ ଯେ ମୋହକୁ ଯାଇ,

ସେ କରକାମିଶା ପ୍ରଖର ବରଷା ସହି ତୋରା ତୋରା ଯାଇ (1)

ଉଠେ ଯେ ସଜନୀ କରେ କର ଦେଇ ଦେହଳି ଲଙ୍ଘିବା ପାଇଁ,

ସେ କଣ୍ଟା ଅବାଟ ନିଗଡ ନିପଟ ନ ମାନି ସଙ୍କେତେ ଯାଇ (2)

ଦିବସେ ଯେ ଡରେ ସହଚରୀ ମେଳେ ତମଧାମେ ନ ପଶଇ,

ସେ ବିଜୁଳୀ ଦେଖା ହୋଇଣ ଅଶାଖା ନିତି ବୃନ୍ଦାବନେ ଧାଇଁ (3)

ଭିତ୍ତିରେ ଚିତ୍ରରେ ଲେଖା ଉରଗରେ ଭୟେ ଯେ ନ ଦିଏ ପାଣି,

ସେ ଶାଢୀ ଶେଷରେ ତନୁ ଛପାଉଛି ଫଣିମଣି ତେଜ ଜାଣି ରେ (4)

କବିରବି ବୋଲେ ସେ ମୋହନଛବି ଯେ ଦେଖେ ନୟନ ଭୁଲେ,

କହିଲେ କି ବାଳୀ ମାନିବ ଏ କଥା ବୃଥା ହେବ କଥା ତୁଲେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics