STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-6)

ଚଉପଦୀ(ଧର୍ମୀୟ-6)

1 min
327

ଚଉପଦୀ

ଭାଗ (6)

ରାଗ ତୋଡି, ଏକତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଅନାରତ ସରସମନା ମୋ ଧନ କିସ ମନାସି ପରିଜନେ ରୁଷିଲା ରେ,

ନିଶାରମଣଲୟ ବିଶାରଦ ବଦନ ନବାରୁଣ ସଦୃଶ ଦିଶିଲା ରେ (ଘୋଷା)

ବଳାହକ ଗରବ, -ଦଳା କୁନ୍ତଳେ ନବ, କଳାପ ସମୁଖି ନ ଖୋଷିଲା ରେ,

ଢଲାଗୁଣ ମୋହନ, ଚଳାଚଳ ନୟନ -ଦଳାନ୍ତରୁତ ବଳ ଖସିଲା ରେ.

ଘୋଷଯାକ ଭିତରେ, ମୋ ସଙ୍ଗମ ଇତରେ, ଅଛି କି ନାହିଁ ତ କଷିଲା ରେ,

ଦୋଷବିନା ଏପରି ରୋଷକଲେ କି ପରିଜନ ବଞ୍ଚିବ ଘେନି ସୁଶିଳା ରେ(2)

ଯେଉଁଦିନୁ ମୋତେ ସେ କଉତୁକିନୀ ରସେ ନେତ୍ରାନ୍ତ ବରଛିରେଭୁଷିଲାରେ,

ପଉରୁଷ ମୋହର ନଉକରି ତାହାର ଚରଣ ମାଜିବାର ସୁଶିଳାରେ (3)

ଦିବାସମୟେ ଦିନେ ବିବାସ କଲି ମନେ କିବା ସତତ ତାହିଁ ଘୋଷିଲା ରେ,

କାହିଁକି ଧରଣୀ,ଚାହିଁ କିଶୋରୀମଣି,ଗୁମାନକୁ ମାନସେ ପୋଷିଲା ରେ(4)

କହେ ବସୁ ଦୁର୍ଗେଶ ଅହେତୁକ ତା ରୋଷ,ଶହେ ଗୁଣରେ ସମୁଲ୍ଲାସିଲାରେ

ପ୍ରାଣ ନେବାକୁ ମୋର,ବାଣ ମୀନରଥରଶାଣରେ ନିରନ୍ତର କଷିଲାରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics