STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ ଧର୍ମୀୟ-56

ଚଉପଦୀ ଧର୍ମୀୟ-56

1 min
353

ଚଉପଦୀ

ଭାଗ (56)

ରାଗ - କାମୋଦୀ, ତାଳ - ଏକତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କାହିଁରେ ମନ ସହି, ପ୍ରସନ୍ନ ହେଉ ନାହିଁ,

ଏଥିକି କହ ମୋର ଗତିକି ରେ;

କି କରି ଅରଜିବି, କି କରି ବରଜିବି,

ସେ ନବ ଘନଶ୍ୟାମ ପ୍ରୀତିକି ରେ (ପଦ)

ଯୁଗଠାରୁ ଅଧିକ ହୋଇଲାନି ପଲକ,

କେମନ୍ତେ ସମ୍ଭାଳିବି ଧୃତିକି ରେ .

ତ୍ରିଭୁବନମୋହନ ବିଷମ ବଂଶୀସ୍ୱନ

କାହୁଁ ଚୁମ୍ବିଲା ମୋର ଶ୍ରୁତିକି ରେ (1)

ଇନ୍ଦ୍ରନୀଳକପାଟପୁଟରୁଚି ସେ ନଟବର

 ସେ ନଟବର ମୁକୁଟମଣି ଛାତିକି ରେ .

ମାସସେ ଭାବି ଭାବି କ୍ରମେ କି ଛାଡିଦେବି

କୁଳବରତ ଜାତିନୀତିକି ଗୋ (2)

ଗରଳ ଗିଳି ଅବା ରବିନନ୍ଦନା ସେବା-

 ବିଧିରେ ବଳାଇବି ମତିକି ଗୋ .

ଅବା ଶ୍ୟାମ ସଙ୍ଗତି ଲଭି ସୁଭାଗ୍ୟବତୀ

ମଣ୍ଡଳେ ଟେକାଇବି ଛତିକି ଗୋ (3)

ନିକୁଞ୍ଜେ ସତେ ବେଳେ ଘେନି ବସିବି କୋଳେ

ସେ ନବ କିଶୋର ମୂରତିକି ଗୋ

ପରତେ ନାହିଁ ମୋର କରତେ ମଦନର

ବସି ପାରିବି କି ବରତିକି ଗୋ (4)

କହେ ଶ୍ରୀ ଛୋଟରାୟ ନୃପତି କୁବଳୟନେତ୍ରେ

ଲପନ - ନିଶାପତିକି ଗୋ .

ଦେଖାଇ ଦେଇ ଥରେ ଏବେ ଭାଗ୍ୟପଥରେ

ପକାଇ ନେବେ ଅକୀରତିକି ଗୋ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics