STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-47)

ଚଉପଦୀ(ଧର୍ମୀୟ-47)

1 min
265

ଚଉପଦୀ

ଭାଗ (47)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କା ମନେ ଥିଲା ଏ କଥା ଗୋ,

ଶ୍ୟାମ ଅଙ୍ଗସଙ୍ଗ ହେବ ଅନ୍ୟଥା ଗୋ (ପଦ)

ସ୍ୱପ୍ନ ହୋଇବ ଶିଖଣ୍ଡମଣ୍ଡନ, ନୋହିବ ନେତ୍ର ବିପଦଖଣ୍ଡନ ଗୋ (1)

ସସ୍ମିତ କୋମଳ ସରସ ଭାଷା,

ଶୁଣିବେ ମଥୁରା ନଗର ଯୋଷା ଗୋ (2)

ପଙ୍କଜବାସିନୀ ପ୍ରିୟା ଯାର ସେ,

ମଜ୍ଜିଯିବ ବୋଲି କୁଳୀଟା ପାଶେ ଗୋ (3)

ଭାଜି ହେଉଥିବ କାମ ଦହନେ,

ରାଜୀବ ପଦ ନ ଲଦିବା ସ୍ତନେ ଗୋ (4)

କସ୍ତୂରୀମିଶା ନୀଳତ୍ପୋଳ ବାସ,

ବ୍ରଜମଣ୍ଡଳେ ହେବ ଇତିହାସ ଗୋ (5)

ସ୍ମରଜ୍ୱର ଶୋଷେ ଜୀବନ ଯିବ,

ମଧୁରାଧର ଢୋକେ ନ ମିଳିବ ଗୋ(6)

କେ ଜାଣିଥିଲା ଏ ଦଣ୍ଡ ପହିଲେ,

ଅଷ୍ଟଦୁର୍ଗ ନରନାଥ କହିଲେ ଗୋ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics