STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ (ଧର୍ମୀୟ-46)

ଚଉପଦୀ (ଧର୍ମୀୟ-46)

1 min
91

ଚଉପଦୀ

ଭାଗ (46)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କବି ମହତ୍ୱ ସିନା ସରିବ ଗୋ

                               ଆଉ କି ସହୀ ସହି କରିବ ଗୋ (0)

ଶ୍ୟାମ ଗୁଣ ପରଖି

ଚିତ୍ତ ଭିତରେ ସଖୀ

               ରଖିଲାନି କିପରି ଭରିବ ଗୋ

ମିଶି ଗଲାନି କ୍ଷୀର

ଭାଣ୍ଡରେ ଯେବେ କ୍ଷାର

                              ଛାଣି କେ ସ୍ୱାଦୁ କରି ପାରିବ ଗୋ(1)

ଦେଲାଣି ସ୍ନେହ ଭାଙ୍ଗି

ଶ୍ୟାମଠାରୁ ଶୋଭାଙ୍ଗୀ

                               ତା ବୋଲ ଆଉ ସେ କି କରିବ ଗୋ

ଛେଦି ପାଦକ ମୂଳ

ଛିଞ୍ଚିଲେ ତହିଁ ଜଳ

ନବ ପଲ୍ଲବ ସେ କି ଧରିବ ଗୋ (2)

ବିଶାଖା ସହଚରୀ

ଗଲାନି ତ ଓହରି

                               ଆଉ କେ ସାହସକୁ କରିବ ଗୋ

ଗଲାଣି ଯେବେ ଦିବା-

କାଳ ରଥାଙ୍ଗ ଯୁବା

କାମ ତାପ କେ ହରି ପାରିବ ଗୋ (3)

ଗଲା ତ ସରି ଅନୁ-

ରାଗ ନାଗରୀ ମନୁ

       ଶ୍ୟାମ କଟାକ୍ଷ କିସ କରିବ ଗୋ

ସରିଗଲା ତ୍ରିଯାମା

ଏବେଟି ସେ ଚନ୍ଦ୍ରମା

       ଆଉ କି ତତ୍ତ୍ୱ କରି ପାରିବ ଗୋ (4)

ଅଷ୍ଟଦୁର୍ଗ ଅବନୀ-

ପତି ବୋଲେ ସଜନୀ

       ଆଉ କେ ଶ୍ୟାମ ଦୁଃଖ ହରିବ ଗୋ

ପ୍ରାଣ ଦେବାକୁ ଲାଞ୍ଚ

କଲାଣି ଦେବ ପାଞ୍ଚ

       ପଞ୍ଚବାଣକୁ କେ କି ଡରିବ ଗୋ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics