STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-43)

ଚଉପଦୀ(ଧର୍ମୀୟ-43)

1 min
196

ଚଉପଦୀ

ଭାଗ (43)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

କହି ନାହିଁ କି ପହିଲୁ ତତେ ରେ (0)

ନାହିଁ କରେ ଯହିଁକି            ଚାହିଁ କରି ତହିଁକି

ବର ଯୋଷା ନ ରସିଲୁ ହିତେ ରେ (1)

ବଂଚାଇ ନୀପତରୁ            ନଚାଇବାର ଭୂରୁ

ସଖୀ ତା ନ ରଖିଲୁ ଚିତ୍ତେ ରେ (2)

ନଗର ଯାକେ ହଟା           ନାଗର ପୀତ ପେଟା

ତୋ ଲାଗି ରେ ଥିଲା କି ବିଭାତେରେ (3)

କୀର ଖିଆ ବିମ୍ବର            କି ରଖି ଆଡମ୍ବର

ଦଶନ ବସନରେ ନିରତେ ରେ (4)

ତାହା ସଙ୍ଗମେ ଅତି         ସାହସ ନୁହେଁ ନୀତି

ହତ ସତୀ ବ୍ରଜ ଯାହା ସ୍ମିତେ ରେ (5)

ନିତ୍ୟ ହେବ କି ମ୍ନେହ        ସତ୍ୟ ମୋ ଧନ କହ

ନ ପାରିବୁ ଛପାଇଲେ ମତେ ରେ (6)

ରାଧା ଏ ଗିରା ଶ୍ଳେଷ        ଘେନି କଲେ ଅଶ୍ଳେଷ

ଅଷ୍ଟ ଦୁର୍ଗନାଥ କହେ ଗୀତେ ରେ (7)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics