STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-38)

ଚଉପଦୀ(ଧର୍ମୀୟ-38)

1 min
353


ରାଗ - ଝଝୋଁଟୀ - ବେହଡା ଏକତାଳ

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

                                                             

କରିବା କି ବୁଦ୍ଧି ଶ୍ୟାମ ଜାଣିଲାଣି ପୁଣି ଲୋ (0)

ସୁନା ସରୋରୁହ ଲତା ହୋଇବାର କୁସୁମିତା

ସଞ୍ଚରିବାର ଚଞ୍ଚଳେ ଚଞ୍ଚରିକ ଶ୍ରେଣୀ ଲୋ (1)

ଖଣ୍ଡରସ ସରସରେ ନ ରସେ ସତ ରସରେ

ଅରୁଚି କରୁଚି ପୀୟୂଷକୁ ମଣି ଲୁଣି ଲୋ (2)

କିଶୋରୀର ରଦାମ୍ବର ଧ୍ୟାନେ ପୁଣି ପୀତାମ୍ବର

ଉପରେ ପକ୍ୱ ବିମ୍ବର ଚୁମ୍ବେ ଗଣି ଗଣି ଲୋ (3)

କୁଚକୁ ଚିତ୍ତରେ ଧ୍ୟାୟି ଚୁଚକ ଉରେ ଲଗାଇ

ଲୋଚନ ବୁଜୁଛି ପରିରମ୍ଭ ସୁଖେ ମଣି ଲୋ (4)

ନବଲତାକୁ ନିବିଡେ ପ୍ରବଳ ଉନ୍ମାଦେ ଭିଡେ

ପ୍ରାଣେଶ୍ୱରୀ ହା କିଶୋରୀ ! ବୋଲି ହୁଏ ଗୁଣି ଲୋ (5)

ଆମ୍ଭ ଆଳିର ତ ବେଶ ଉଚିତ ହେଲା ବୟସ

ଧରି ହୃଦେ ମଣ୍ଡିବ କି ହରି ନୀଳମଣି ଲୋ (6)

ଅଷ୍ଟଦୁର୍ଗ ପୁରନ୍ଦର କହେ ଦୂରୁଁ ଯୋଡି କର

ଭୀରୁ ମଦ-ଗଜକୁ ତା ଭୂରୁଭଙ୍ଗୀ ଶାଣି ଲୋ (7)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics