STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-29)

ଚଉପଦୀ(ଧର୍ମୀୟ-29)

1 min
385

ଚଉପଦୀ

ଭାଗ (29)

ରାଗ – ସାବେରୀ, ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଏକି ରୁଷା ରେ ଖଞ୍ଜନଦୃଶା, ସୁନ୍ଦର କୁନ୍ଦ - ପସନ୍ଦ ସ୍ମିତ ବିନା ରେ(ପଦ)

ବାରବାନି ଚାମିକର ଦେହା, ବାରଣେନ୍ଦ୍ର ଗମନା ସୁସ୍ନେହା-

ସାର ସରିଲାଟି ଚାହିଁ ଏହା-

ମାରଦର ନାଶକୁ ତୁ ସିନା ଭରସା ରେ (1)

ଦୋଷ କରିବାର ନାହିଁ ଜାଣି - ଏ ସକାଶୁଁ ଆଜ ଗଣ୍ଡେ ପାଣି

ମୋ ସପତଟିରେ ବୀଣାପାଣୀ-

ରୋଷକାରଣ କହି ଦରିଆରେ ଭସା ରେ (2)

ଧନାଧିକ ତୁ ମୋର ଜଗତେ - ଘନାନୀଳ କୁନ୍ତଳା ସୁଚିତ୍ତେ

ଅନା ସଦୟ ନେତ୍ରପ୍ରାନ୍ତେ ମୋତେ-

ମନା ନ କର, କର କରୁଣା ବରଷାରେ (3)

ଭାରି ଉରଜା ମୋ ସୁଖ ରାହା, ମାରିପକାଅ ସେ ଯିବ ସୁହା

ବାରିଝର ନୟନୁ ନ ବୁହା-

ଚାରି ଧରମ ହେବଟି, ତୋ ରସେ ରସା ରେ (4)

ସ୍ମିତ ବିଳସୁଥିଲେ ତୋ ମୁଖେ - ଶରମୁଖେ ଖାତର ନ ରଖେଁ

ଇତରଙ୍କୁ ସୁଖୀରେ ନ ଲେଖେଁ-

ନିତମ୍ବିନୀ ବର ରସକେଳିଲାଳସାରେ (5)

ହରି ମୁଖୁଁ ଏ ଭାରତୀ ଝରି କରି - ଶ୍ରବ ଅବତଂସ ପରି

ଭରି ମନକୁ ମୋଦେ କିଶୋରୀ-

ହରିଚନ୍ଦନ ଭଣେ ସୁଖେ ନେଲେ ନିଶାରେ (6)

କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics