STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-25)

ଚଉପଦୀ(ଧର୍ମୀୟ-25)

1 min
252

ଚଉପଦୀ

ଭାଗ (25)

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଆହା କି ଶୋଭା ତୋ ଠାଣିରେ

ପରଭୁତ ରୁତ ବାଣୀରେ,

ସହି ତୋତେ ମହୀ           ପୁଣ୍ୟବଳୁ ବହି

ଅବତରାଇଛି ଆଣିରେ (0)


ଜଗତୀ ପାବନ ହେବ

ବୋଲି ଅବା କେଉଁ ଦେବ

ବୋଲାଉଚି ଧନ୍ୟ            କି ତତେ ଲାବଣ୍ୟ

ପିୟୂଷ ପୂରରୁ ଛାଣି ରେ (1)

ନାଗରେ, ନାକେ, ଭୂତଳେ

ନାହିଁ ଯା ତୁଳା ଭୂତଳେ

କି ପଦାର୍ଥ ତୁଟି                       ଦ୍ୱୀପ ରିପୁ କଟି

ଅନୁମାନେ ନୁହେଁ ଜାଣି ରେ (2)

ମୁଁ ମାତ୍ର ମାଗୁଛି ଏତେ

ପରକ୍ଷି ନଦେଇ ମତେ

ନମଣ୍ଡିବୁ ଗଣ୍ଡ                ସ୍ଥଳକୁ ଅଖଣ୍ଡ

ସୁଷମ ପଲ୍ଲବ ପାଣିରେ (3)

କାହିକିଟି ସେ ସୁରେଶେ

ଖାତର କରିବ ଲେଶେ

ଖୋଳଯିବ ଯାହା            ସୁଖେ ଚମ୍ପାଦେହା

ତୋ ଭୂରୁନଚା ଚାହାଣିରେ (4)

ଅଷ୍ଟଦୁର୍ଗନାଥ ବୋଲେ

ଘନଶ୍ୟାମ ଗିରେ ବୋଲେ

ସମଦାକ୍ଷ ହସା                ସ୍ନେହ ରସେ ମିଶା-

ମିଶିହେଲେ ଠାକୁରାଣୀ ରେ (5)

କବିସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics