STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଚଉପଦୀ(ଧର୍ମୀୟ-12)

ଚଉପଦୀ(ଧର୍ମୀୟ-12)

1 min
225


ରାଗ - କାମୋଦୀ,ତାଳ - ଆଠତାଳି

(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)

ଆଉ କି ସହୀ ସହି କରିବ ଗୋ,

 କହି ମହତ ସିନା ସରିବ ଗୋ (ଘୋଷା)

ଶ୍ୟାମଗୁଣ ପରକ୍ଷି, ଚିତ ଭିତରେସଖି,

ରଖିଲାଣି କିପରି ଭାରିବ ଗୋ

ମିଶି ଗଲାଣି କ୍ଷୀର, ଭାଣ୍ଡରେ - ଯେବେ ଖାର,

 ଛାଣି କେ ସ୍ୱାଦୁ ବାରି ପାରିବ ଗୋ (1)

ବୁଝିଲାଣି ମରଜି, ଆଉ କି ହୋଇ ରାଜି

ନିକୁଞ୍ଜେ ତୋ ସଙ୍ଗେ ବିହରିବି ଗୋ

ସୁଧାରେ ବିଷ ଦେଇ ଯତ୍ନେ ଛାଣିଲେ ନେଇ,

ତହୁଁ କି ମଧୁ ଆଉ ଝରିବ ଗୋ (2)

ଦେଲାଣି ସ୍ନେହ ଭାଙ୍ଗି ତୋ ଠାରୁ ସେ ଶୁଭାଙ୍ଗୀ

ଆଉ କି ତା ବୋଲ ସେ କରିବ ଗୋ

ଛେଦି ପାଦପମୂଳ, ସିଞ୍ଚିଲେ ନେଇ ଜଳ,

ସେ କି ନବପଲ୍ଲବ ଧରିବ ଗୋ (3)

ଅଷ୍ଟଦୁର୍ଗ ଅବନୀପତି ଭାଷେ ସଜନୀ

ଆଉ କି ଦୁଃଖ ସେ ହେରିବ ଗୋ :ପରଖଦେବା ଲାଞ୍ଚ

କଲାଣି ଯେବେ ପାଞ୍ଚ,ପଞ୍ଚବାଣକୁ ସେକି ଡରିବ ଗୋ (4)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics